www.samajalive.in
Thursday, December 11, 2025
13.1 C
Bhubaneswar

କାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟର ଗୁରୁତର ଘଟଣା – ଗିରଫ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବିନିକା : ବିନିକା ଥାନା ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଖାତିପଡ଼ାରେ ଗତ ୩ ତାରିଖ କେନାଲରୁ ମୂଲ୍ୟବାନ କାଠ ଜବତ ଘଟଣାରେ କୌଡ଼ିଆମୁଣ୍ଡା ଫରେଷ୍ଟର ଓ କେତେକ ଫରେଷ୍ଟ ଗାର୍ଡ କାର୍ମଚାରୀଙ୍କ ଠାରେ ହୋଇଥିବା ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଫରେଷ୍ଟର ମିତ୍ରଭାନୁ ସିଂ ଦଳପତିଙ୍କ ଗୁରୁତର ଆହତ ଘଟଣାର ତଦନ୍ତ ପରେ ପୁଲିସ ଗ୍ରାମର ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇଜଣ ସାହାଜବାହାଲ ଗ୍ରାମର ଟିକେଲାଲ ଗଡତ୍ୟା ଓ ମିଥୁନ ପ୍ରଧାନ ବୋଲି ସୂଚନା ମିଳିଛି। ତେବେ ଏହି ଘଟଣାରେ ସଂଶ୍ଲିଷ୍ଟ ଥିବା ଅନ୍ୟ କେତେକଙ୍କୁ ତଦନ୍ତ କ୍ରମେ ଗିରଫ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଥିବା ବେଳେ ଗିରଫ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରିପୋର୍ଟ ହସ୍ତଗତ ହୋଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories