www.samajalive.in
Sunday, December 14, 2025
16.1 C
Bhubaneswar

ପିଏନ୍‌ବି ପରେ ଏବେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ

୩୯୦ କୋଟି ଠକେଇ ନେଇ ସିବିଆଇ ପକ୍ଷରୁ ମାମଲା ଦାଏର

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ୧୧,୪୦୦ କୋଟି ଟଙ୍କାର ମହାଠକେଇ ପରେ ସିବିଆଇ ତରଫରୁ ଆଉ ଏକ ମାମଲାରେ କେସ୍‌ ଦାଏର ହୋଇଛି। ୩୯୦ କୋଟି ଟଙ୍କାର ଠକେଇ ନେଇ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ (ଓବିସି) ପକ୍ଷରୁ ୬ ମାସ ତଳେ ହୋଇଥିବା ଅଭିଯୋଗ ଉପରେ ସିବିଆଇ ଦିଲ୍ଲୀସ୍ଥିତ ଏକ ଗହଣା ଶୋ’ରୁମ୍‌ ବିରୋଧରେ ମାମଲା ରୁଜୁ କରିଛି। ଗୁରୁବାର ସିବିଆଇ କରୋଲବାଗ୍‌ସ୍ଥିତ ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାସନାଲ ବିପକ୍ଷରେ ଏହି କେସ ଫାଇଲ କରାଯାଇଛି। ଏହି କମ୍ପାନୀ ହୀରା, ସୁନା ଓ ରୁପା ଅଳଙ୍କାର ନିର୍ମାଣ ଓ ବ୍ୟବସାୟ କାମ କରିଥାଏ।
ଓବିସିର ଗ୍ରେଟର କୈଳାସ-୨ସ୍ଥିତ ଶାଖାରୁ ୨୦୦୭ରେ ଉକ୍ତ କମ୍ପାନୀ କେତେକ ଋଣ କରିଛି। କମ୍ପାନୀର ପରିଚାଳନା ମୁଖ୍ୟ ସଭ୍ୟ ସେଠ୍‌ ଓ ରୀତା ସେଠ ରହିଛନ୍ତି। ଏତଦବ୍ୟତୀତ କୃଷ୍ଣକୁମାର ସିଂ ଓ ରବିକୁମାର ସିଂ ମଧ୍ୟ କମ୍ପାନୀ ସହ ଜଡ଼ିତ ରହିଛନ୍ତି। ଏଫଆଇଆରରେ ସିବିଆଇ ଏହି ସମସ୍ତଙ୍କ ନାମ ଉଲ୍ଲେଖ କରିଛି। ଅପରପକ୍ଷରେ ବ୍ୟାଙ୍କ ପକ୍ଷରୁ ଯାଞ୍ଚ ପରେ କୁହାଯାଇଥିଲା ଯେ, ସଭ୍ୟ ସେଠ୍‌ଙ୍କ ସହ ଅନ୍ୟ ନିର୍ଦେଶକମାନେ ୧୦ ମାସ ହେଲା ଫେରାର ରହିଛନ୍ତି। ନିରଭ ମୋଦି, ବିଜୟ ମାଲ୍ୟା ଭଳି ସଭ୍ୟ ସେଠ୍‌ ମଧ୍ୟ କୋଟି କୋଟି ଟଙ୍କା ଠକି ବିଦେଶ ପଳାୟନ କରିଥିବା ଅଭିଯୋଗ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories