www.samajalive.in
Saturday, December 13, 2025
26.1 C
Bhubaneswar

କରୋନା ଯୋଦ୍ଧା: ଡ୍ୟୁଟି ପାଇଁ ବିବାହ ସ୍ଥଗିତ ରଖିଲେ ଓଏପିଏଫ ଯବାନ ସୁନାଧର

ବ୍ରଜରାଜନଗର: କରୋନା ସଂକ୍ରମଣକୁ ଖାତିର ନ କରି ନିଜ ପରିବାରକୁ ଭୁଲି ପୁଲିସ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରି କାମ କରୁଛି। ଏପରି କି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ କର୍ମଚାରୀମାନେ ନିଜ ଖୁସିକୁ ମଧ୍ୟ ତ୍ୟାଗ କରିଦେଉଛନ୍ତି। ଏହାର ଗୋଟିଏ ଉଦାହରଣ ହେଉଛନ୍ତି ବ୍ରଜରାଜନଗର ଅଞ୍ଚଳରେ କର୍ତ୍ତବ୍ୟରତ ଓଡିଶା ଅକ୍‌ଜିଲାରୀ ପୁଲିସ ଫୋର୍ସ( ଓଏପିଏଫ)ର ଯବାନ ସୁନାଧର ମାଝି। ଆଜି ତାଙ୍କ ବାହାଘର ଥିବାବେଳେ ତାହାକୁ ସେ ସ୍ଥଗିତ ରଖି ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି। ତାଙ୍କର ଏହି ତ୍ୟାଗ କରୋନା ଯୋଦ୍ଧାଙ୍କ ପାଇଁ ପ୍ରେରଣା ପାଲଟିଛି।

ସୁନାଧରଙ୍କ ଘର କୋରାପୁଟ ଜିଲାର ଡୁମରିପୁଟରେ। ସେ ବର୍ତ୍ତମାନ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଅଛନ୍ତି। ସୁନାଧରଙ୍କ ଆଜି ମାଣ୍ଡିପୁଟର ପଡ଼ଲାମ ଜାନୀଙ୍କ ଜ୍ୟେଷ୍ଠ କନ୍ୟାଙ୍କ ସହିତ  ବାହାଘର ସ୍ଥିର ହୋଇଥିଲା। ଏଥିପାଇଁ କାର୍ଡ ଛପା ହୋଇ ବନ୍ଧୁବାନ୍ଧବଙ୍କୁ ବଣ୍ଟା ମଧ୍ୟ ସରିଥିଲା। ତା’ ସହିତ ବରଯାତ୍ରୀଙ୍କ ପାଇଁ ଗାଡି ମୋଟର, ବାଜା ବାଣ ପାଇଁ ଅଗ୍ରିମ ଟଙ୍କା ଦିଆଯିବା ସହିତ ବିବାହର ସମସ୍ତ ସରଞ୍ଜାମ କିଣାକିଣି ସାରିଥିଲା। ତେବେ ଦିନକୁ ଦିନ କରୋନାର ଭୟାବହତାକୁ ଦେଖି ସୁନାଧର ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ତାଙ୍କ ବିବାହ ଉତ୍ସବକୁ ବାତିଲ କରି ଦେଇଛନ୍ତି। ଏହି ଘଟଣା ଜଣା ପଡିବା ପରେ ସୁନାଧରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories