www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ଯୋଦ୍ଧା: ଡ୍ୟୁଟି ପାଇଁ ବିବାହ ସ୍ଥଗିତ ରଖିଲେ ଓଏପିଏଫ ଯବାନ ସୁନାଧର

ବ୍ରଜରାଜନଗର: କରୋନା ସଂକ୍ରମଣକୁ ଖାତିର ନ କରି ନିଜ ପରିବାରକୁ ଭୁଲି ପୁଲିସ ଲୋକଙ୍କ ସୁରକ୍ଷା ପାଇଁ ଦିନରାତି ଏକ କରି କାମ କରୁଛି। ଏପରି କି ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ପୁଲିସ କର୍ମଚାରୀମାନେ ନିଜ ଖୁସିକୁ ମଧ୍ୟ ତ୍ୟାଗ କରିଦେଉଛନ୍ତି। ଏହାର ଗୋଟିଏ ଉଦାହରଣ ହେଉଛନ୍ତି ବ୍ରଜରାଜନଗର ଅଞ୍ଚଳରେ କର୍ତ୍ତବ୍ୟରତ ଓଡିଶା ଅକ୍‌ଜିଲାରୀ ପୁଲିସ ଫୋର୍ସ( ଓଏପିଏଫ)ର ଯବାନ ସୁନାଧର ମାଝି। ଆଜି ତାଙ୍କ ବାହାଘର ଥିବାବେଳେ ତାହାକୁ ସେ ସ୍ଥଗିତ ରଖି ନିଜ କର୍ତ୍ତବ୍ୟକୁ ପ୍ରାଥମିକତା ଦେଇଛନ୍ତି। ତାଙ୍କର ଏହି ତ୍ୟାଗ କରୋନା ଯୋଦ୍ଧାଙ୍କ ପାଇଁ ପ୍ରେରଣା ପାଲଟିଛି।

ସୁନାଧରଙ୍କ ଘର କୋରାପୁଟ ଜିଲାର ଡୁମରିପୁଟରେ। ସେ ବର୍ତ୍ତମାନ ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକ ଫାଣ୍ଡିରେ କାର୍ଯ୍ୟରତ ଅଛନ୍ତି। ସୁନାଧରଙ୍କ ଆଜି ମାଣ୍ଡିପୁଟର ପଡ଼ଲାମ ଜାନୀଙ୍କ ଜ୍ୟେଷ୍ଠ କନ୍ୟାଙ୍କ ସହିତ  ବାହାଘର ସ୍ଥିର ହୋଇଥିଲା। ଏଥିପାଇଁ କାର୍ଡ ଛପା ହୋଇ ବନ୍ଧୁବାନ୍ଧବଙ୍କୁ ବଣ୍ଟା ମଧ୍ୟ ସରିଥିଲା। ତା’ ସହିତ ବରଯାତ୍ରୀଙ୍କ ପାଇଁ ଗାଡି ମୋଟର, ବାଜା ବାଣ ପାଇଁ ଅଗ୍ରିମ ଟଙ୍କା ଦିଆଯିବା ସହିତ ବିବାହର ସମସ୍ତ ସରଞ୍ଜାମ କିଣାକିଣି ସାରିଥିଲା। ତେବେ ଦିନକୁ ଦିନ କରୋନାର ଭୟାବହତାକୁ ଦେଖି ସୁନାଧର ନିଜ କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଇ ତାଙ୍କ ବିବାହ ଉତ୍ସବକୁ ବାତିଲ କରି ଦେଇଛନ୍ତି। ଏହି ଘଟଣା ଜଣା ପଡିବା ପରେ ସୁନାଧରଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories