www.samajalive.in
Thursday, December 11, 2025
18.1 C
Bhubaneswar

ଗଣଶିକ୍ଷା ବିଭାଗ ଆପଣାଇବ ‘ପୁଷ୍ଟିଯୁକ୍ତ ବଗିଚା’

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ କିଭଳି ମଧ୍ୟାହ୍ନଭୋଜନରେ ପୁଷ୍ଟିଯୁକ୍ତ ଖାଦ୍ୟ ମିଳିପାରିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ଆଗାମୀ ଦିନରେ ପ୍ରତ୍ୟେକ ବିଦ୍ୟାଳୟରେ ପୁଷ୍ଟିଯୁକ୍ତ ବଗିଚା ‘ନିଉଟ୍ରେସନ ଗାର୍ଡେନ’ପ୍ରସ୍ତୁତ ହେବ। ଏହାର ମଙ୍ଗ ଧରିବେ ଶିକ୍ଷକଶିକ୍ଷୟିତ୍ରୀ। ଖେଳ ପିରିୟଡରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର ବଗିଚା ସୃଷ୍ଟି କରାଯିବ। ବଗିଚାକୁ ବାଡବନ୍ଦୀ କରି ଆକର୍ଷଣୀୟ କରାଯିବ। ଏହିଭଳି ଏକ ଅଭିନବ ବ୍ୟବସ୍ଥା ଡିସେମ୍ବରରୁ ଆପଣାଯିବ। ରାଜ୍ୟରେ ଥିବା ପ୍ରାୟ ୫୦ହଜାର ବିଦ୍ୟାଳୟରେ ଜାନୁଆରୀରୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ବିଭାଗ ପକ୍ଷରୁ ନିକଟରେ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି।
ଏସମ୍ପର୍କରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ରାଜ୍ୟ ସଂଯୋଜକ ଗଙ୍ଗାଧର ସାହୁଙ୍କ ସୂଚନା ଅନୁଯାୟୀ ଏହି ପୁଷ୍ଟିଯୁକ୍ତ ବଗିଚାରେ କେବଳ ଶଜନା, ଅମୃତଭଣ୍ଡା, କଦଳୀ, ପାଳଙ୍ଗ ଶାଗ ଭଳି ପୁଷ୍ଟିଯୁକ୍ତ ଚାରା ରୋପଣ ହେବ। ଏଥିପାଇଁ ଯାହା ଖର୍ଚ୍ଚ ହେବ ତାକୁ ଅନୁସୂଚିତ ଜାତି ଓ ଜନଜାତି, ଉଦ୍ୟାନ ବିଭାଗ ଓ ଗଣଶିକ୍ଷା ମିଳିମିଶି ବହନ କରିବେ। ଭିତ୍ତିଭୂମି ସୁଦୃଢ଼ ସାଙ୍ଗକୁ ଅନ୍ୟାନ୍ୟ ପ୍ରକାର ସହାୟତା ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଯୋଗାଇଦେବାକୁ ରହିଥିବାବେଳେ ଉଦ୍ୟାନ ବିଭାଗ ତୃଣମୂଳସ୍ତରରେ କିଭଳି ଚାରା ରୋପଣ ହେଉଛି ଏବଂ କେତେଦିନ ଅନ୍ତରରେ ସାର, ପିଡ଼ିଆ ଦିଆଯିବ ଏବଂ ଚାରାର ବ୍ୟବଧାନ କେତେ ରହିବ ତାହା ବତାଇବା ସହିତ ଚାରା ମଧ୍ୟ ଯୋଗାଇ ଦେବ। ପୁଷ୍ଟିଯୁକ୍ତ ଖାଦ୍ୟ ସହିତ ଦୀର୍ଘମିଆଦୀ ସୂତ୍ରରେ ଆମ୍ବ,ପଣସ ଓ ନଡ଼ିଆ ଚାରା ରୋପଣ କରାଯିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ତେବେ ଏହି ବଗିଚା ଦ୍ୱାରା ମଧ୍ୟାହ୍ନଭୋଜନ ପାଇଁ ଅତିରିକ୍ତ ପୁଷ୍ଟିଯୁକ୍ତ ଖାଦ୍ୟ ମିଳିବା ସହିତ ଅନୁକୂଳ ପରିବେଶ ମଧ୍ୟ ସମ୍ଭବ ହୋଇପାରିବ ବୋଲି ଶ୍ରୀ ସାହୁ ସୂଚନା ଦେଇଛନ୍ତି। ବୈଠକରେ ବିଶ୍ୱଖାଦ୍ୟ କାର୍ଯ୍ୟକ୍ରମ ସଂଯୋଜକ ହିମାଂଶୁ ବଳଙ୍କ ସହିତ ପଞ୍ଚାୟତିରାଜ, ଉଦ୍ୟାନ ଓ ଏସ୍‍ସିଏସ୍‍ଟି ବିଭାଗର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories