www.samajalive.in
Monday, December 8, 2025
13.1 C
Bhubaneswar

ବଲିଉଡରେ ନୂତନଙ୍କ ନାତୁଣୀ

କଳା ଧଳା ଚଳଚ୍ଚିତ୍ରରେ ହିନ୍ଦୀ ସିନେଜଗତର ତତ୍କାଳୀନ ଅଭିନେତ୍ରୀ ନୂତନଙ୍କ ଲୋକପ୍ରିୟତା ଏବେ ମଧ୍ୟ କମ୍ ହୋଇନାହିଁ। ଏବର ପିଢ଼ି ଏହି ବିଗତ ଦିନର ଅଭିନେତ୍ରୀଙ୍କ ସମ୍ପର୍କିତ ସମସ୍ତ ତଥ୍ୟ ଇଣ୍ଟରନେଟ୍‌ରୁ ସଂଗ୍ରହ କରୁଥିବାର ଦେଖାଯାଇଛି। ବର୍ତ୍ତମାନ ନୂତନଙ୍କ ନାତୁଣୀ ପ୍ରନୂତନ ବହଲ୍‌ ଖୁବ୍ ଶୀଘ୍ର ବଲିଉଡ ଦୌଡ଼ରେ ସାମିଲ ହେବାକୁ ଯାଉଛନ୍ତି ବୋଲି ପ୍ରକାଶ। ଏକଥା ସୁଲତାନ୍ ସଲମାନ୍ ଖାନ୍ ହିଁ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଲୋକଙ୍କୁ ଅବଗତ କରାଇଛନ୍ତି। ସଲମାନ୍ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବ ନେଇଥିବାବେଳେ ନିତିନ୍ କକ୍କଡ଼ ନିର୍ଦେଶନା ଦେବେ। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ପ୍ରନୂତନ ବହଲ୍ ଓ ଜାହିର୍ ଇକବାଲ୍ ଅଭିନୟ କରିବେ ଓ ଏହାର ପ୍ରାରମ୍ଭିକ ପର୍ଯ୍ୟାୟର ସୁଟିଂ କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ହେବ। ନୂତନଙ୍କ ପୁଅ ମହନୀଷ ବହଲ କହିଛନ୍ତି, ତାଙ୍କ ଗେହ୍ଲୀ ଝିଅର ସିନେଜଗତରେ କ୍ୟାରିୟର କରିବା ନେଇ ଆଦୌ ଆଗ୍ରହ ନଥିଲା। ତେବେ ସମୟକ୍ରମେ ସେ ଅନୁଭବ କରିଥିଲେ ଯେ ଝିଅ ତାଙ୍କ ମା’ ନୂତନଙ୍କ ପରି ଅଭିନୟରେ ଧୂରୀଣା। ପ୍ରନୂତନଙ୍କୁ ସେ ଏ ବାବଦରେ ଅବଗତ କରାଇଲେ, ହେଲେ ଝିଅ ସେଭଳି ଆଗ୍ରହ ପ୍ରକାଶ କରିନଥିଲା। ସେ ଏବେ ଆଇନର ଛାତ୍ରୀ, ଏଣୁ ପାଠପଢ଼ାକୁ ଅଧିକ ଗୁରୁତ୍ବ ଦେବାକୁ ପ୍ରନୂତନ ଉଚିତ୍ ମଣିଥିଲେ। ବାପା ମହନୀଷ କିନ୍ତୁ ଝିଅକୁ ବାରମ୍ବାର ସିନେଜଗତରେ କ୍ୟାରିୟର ନିମନ୍ତେ ପ୍ରୋତ୍ସାହିତ କରିଥିଲେ, ଶେଷରେ ପ୍ରନୂତନ ରାଜି ହୋଇ କହିଥିଲେ ଯେ ଠିକ୍ ଅଛି। କେବଳ ଭଲ କାହାଣୀ ମିଳିଲେ ହିଁ ଚିନ୍ତା କରିବି। କିଛି ମାସ ତଳେ ସଲମାନ୍‌ଙ୍କ ଘରକୁ ଏକ ପାର୍ଟରେ ମହନୀଷ ସପରିବାର ଯାଇଥିଲେ। ସଲମାନ୍‌‌ଙ୍କୁ ନିଜ ମନର କଥା ମଧ୍ୟ ମହନୀଷ କହିଲେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories