www.samajalive.in
Sunday, December 7, 2025
14.1 C
Bhubaneswar

ନର୍ସିଂ କର୍ମଚାରୀ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ, ଏସସିବିରେ ରୋଗୀସେବା ପ୍ରଭାବିତ

ସମାଜ ଡିଜିଟାଲ ଡେସ୍କ: କାର୍ଯ୍ୟବନ୍ଦ ଆନ୍ଦୋଳନରେ ନର୍ସିଂ କର୍ମଚାରୀ ସଂଘ। ଶୁକ୍ରବାରଠାରୁ ରାଜ୍ୟବ୍ୟାପୀ ନର୍ସିଂ କର୍ମଚାରୀ ସମସ୍ତ ମେଡିକାଲ ସେବା ଉପରେ ରୋକ ଲଗାଇଛନ୍ତି। ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଜାରି ରଖିଛନ୍ତି ସମସ୍ତ ନର୍ସିଂ କର୍ମଚାରୀ। ଏହାକୁ ନେଇ କଟକ ଏସସିବି ମେଡିକାଲରେ ପ୍ରଭାବିତ ହୋଇଛି ରୋଗୀସେବା। ଜରୁରୀକାଳୀନ ସେବା ବନ୍ଦ କରିବା ପରେ ଏସସିବିର ସମସ୍ତ ବିଭାଗରେ ବ୍ୟାହତ ହୋଇଛି ରୋଗୀ ସେବା। ଏହି ବିବାଦକୁ ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବାପରେ ନର୍ସିଂ କର୍ମଚାରୀ ଆନ୍ଦୋଳନକୁ ତୀବ୍ରତର କରିଛନ୍ତି। ରାଜ୍ୟ ନର୍ସିଂ ସଂଘ ସମ୍ପାଦିକାଙ୍କ ମତରେ ରାଜ୍ୟ ସରକାର ନର୍ସମାନଙ୍କୁ ଅଣଦେଖା କରୁଛନ୍ତି। ଏସମା ଲଗାଇ ସରକାର ଯେଉଁ ଡରାଇବା ପାଇଁ ଚେଷ୍ଟା କରୁଛନ୍ତି, ସେଥିରେ ଆମ ସଂଘର ଯେତିକି କ୍ଷତି ହେବ ତା’ଠାରୁ ରୋଗୀସେବା ଅଧିକ ପ୍ରଭାବିତ ହେଉଛି। ଘଟଣାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେଉ। ସବୁ ଦିଗକୁ ନଜର ରଖି ନିଷ୍ପତ୍ତି ନିଆଯାଉ। ଏସମା ଲଗାଇଲେ ଆମେ ଦଣ୍ଡ ଭୋଗିବୁ ହେଲେ ରୋଗୀ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ ହେବେ ବୋଲି ଆଜି ମଧ୍ୟ ଚେତାବନୀ ଦେଇଛନ୍ତି ସଂଘ ସମ୍ପାଦିକା। ଏହାବ୍ୟତୀତ ଆଉଟସୋର୍ସିଂ କର୍ମଚାରୀଙ୍କୁ ଧଳା ପୋଷାକ ପିନ୍ଧାଇ ନର୍ସ ଭାବରେ ଡ୍ୟୁଟି କରାଇବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସଂଘ କର୍ମକର୍ତା। ଅନ୍ୟପଟେ ରୋଗୀ ସେବା ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories