www.samajalive.in
Friday, December 12, 2025
14.1 C
Bhubaneswar

ପ୍ରସୂତୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ସେବିକା

କେନ୍ଦୁଝରଗଡ : ଘଟଗାଁ ବ୍ଲକ ମୁଦ୍ରାବେଡା ଗ୍ରାମର ସୁଶାନ୍ତ ଖମୁଣିଆଙ୍କ ସ୍ତ୍ରୀ ପ୍ରିୟତମା ପ୍ରସବକାଳୀନ ଯନ୍ତ୍ରଣା ଅନୁଭବ କରିବା ପରେ ଶୁକ୍ରବାର ପୂର୍ବାହ୍ନ ସାଢ଼ ୧୧ଟାରେ କେନ୍ଦୁଝର ହିମା ହସ୍ପିଟାଲରେ ଶୁକ୍ରବାର ଭର୍ତ୍ତି ହୋଇଥିଲେ। ଅପରାହ୍ନ ୫ଟାରେ ପ୍ରସବ ପାଇଁ ଅସ୍ତ୍ରୋପଚାର ସମୟରେ ପ୍ରସୂତୀ ପ୍ରିୟତମା ଅତ୍ୟଧିକ ରକ୍ତକ୍ଷରଣ ହୋଇ ମୁମୁର୍ଷୁ ଅବସ୍ଥାକୁ ପହଞ୍ଚିବାରୁ ରକ୍ତର ଆବଶ୍ୟକତା ପଡିଥିଲା । ଜିଲା ରକ୍ତ ଭଣ୍ଡାରରେ ସେହି ସମୟରେ ‘ବି’ ପଜିଟିଭ ରକ୍ତ ନଥିବାରୁ ତତ୍‌‌କ୍ଷଣାତ ହସ୍ପିଟାଲରେ କାର୍ଯ୍ୟରତ ସେବିକା ସମ୍ବିତାରାଣୀ ସାହୁ ରକ୍ତଭଣ୍ଡାରରେ ପହଞ୍ଚି ସ୍ୱେଛାକୃତ ଭାବେ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇବାରେ ସହାୟ ହୋଇଥିଲେ। ସେବାକୁ ନିଜ ଜୀବନରେ ବ୍ରତୀ ଭାବେ ଗ୍ରହଣ କରିଥିବାରୁ ଯେକୌଣସି ପରିସ୍ଥିତିରେ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ପ୍ରଦାନ ସହ ମାନବିକତା ପ୍ରଦର୍ଶନ କରିବା ଜରୁରୀ ହୋଇଥିବାରୁ ମୁଁ ସ୍ୱେଛାକୃତ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଞ୍ଚାଇବାରେ ସହାୟତା ହୋଇପାରିଥିବାରୁ ବେଶ୍‌‌ ଖୁସି ବୋଲି ସେବିକା ସମ୍ବିତା ନିଜ ପ୍ରତିକ୍ରିୟାରେ କହିଛନ୍ତି। ସେବିକାଙ୍କ ଏଭଳି ମହନୀୟ କାର୍ଯ୍ୟକୁ ସାଧାରଣରେ ବେଶ୍‌‌ ପ୍ରଶଂସା କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories