www.samajalive.in
Sunday, December 14, 2025
15.1 C
Bhubaneswar

ବ୍ଲକସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦ୍‌‌ଯାପିତ

କେନ୍ଦୁଝରଗଡ : କେନ୍ଦୁଝର ସହର ମୋଚ୍ଚିବନ୍ଧ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଶନିବାର ଉଦ୍‌‌ଯାପିତ ହୋଇଯାଇଛି । ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରିଡାଙ୍ଗନ ପ୍ରଶିକ୍ଷଣ କିଭଳି ଛାତ୍ରଛାତ୍ରୀଙ୍କ ପାଇଁ ଉପାଦେୟ ହେବା ସହିତ ସେମାନଙ୍କ ଜୀବନରେ ସମସ୍ତ ସମସ୍ୟା ସମାଧାନ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଜଗଦୀଶ ନାଏକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୀବନ କୌଶଳ ଶିକ୍ଷା ଶିକ୍ଷାଗ୍ରହଣ ସହିତ କ୍ରିଡାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ମ୍ୟାଜିକ୍‌‌ ବସ୍‌‌ ଫାଉଣ୍ଡେସନ କେନ୍ଦୁଝର ଜିଲା କାର୍ଯ୍ୟକ୍ରମ ପରିଚାଳକ ରାମଚନ୍ଦ୍ର ପଟ୍ଟନାୟକ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ରିଡାଙ୍ଗନ କାର୍ଯ୍ୟକ୍ରମକୁ ବିଦ୍ୟାଳୟସ୍ତରରେ ସଠିକ୍‌‌ ଭାବେ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ । କ୍ରୀଡା ଶିକ୍ଷକ ଦ୍ୱିତୀକୃଷ୍ଣ ବେହେରା ଅତିଥି ଭାବେ ଯୋଗଦେଇ ଶିବିରାର୍ଥୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ତାଲିମଦାତା ଭାବେ ସରକାରୀ ମୋଚ୍ଚିବନ୍ଧ ଉଚ୍ଚବିଦ୍ୟାଳୟର କ୍ରିଡାଶିକ୍ଷକ ଫକୀରମୋହନ ମହାନ୍ତ ଓ ଝୁମ୍ପୁରା ସରକାରୀ ଉଚ୍ଚ ବିଦ୍ୟାଳୟ କ୍ରିଡାଶିକ୍ଷକ କ୍ଷେତ୍ର ମୋହନ ନାୟକ ପ୍ରଶିକ୍ଷକ ଭାବେ ଯୋଗଦେଇ କ୍ରିଡା ଶିଶୁ ସୁରକ୍ଷା, ଜୀବନ କୌଶଳ ଶିକ୍ଷା, ଆତ୍ମ ସଚେତନତା, ବନ୍ଧୁତା ସମ୍ପର୍କ, ସମସ୍ୟା ସମାଧାନ, ବୁଝାମଣା ଭାବ ବିନିମୟ ଆଦି ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏହି ଶିବିରରେ ସଦର ବ୍ଲକର ୫୨ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପ୍ରଶିକ୍ଷଣ ଲାଭ କରିଥିଲେ । ଶିକ୍ଷକ ପ୍ରଦୀପ କୁମାର ବାରିକ, ବିଜୟ କୁମାର ବେହେରା, ପ୍ରଶାନ୍ତ କୁମାର ମହାନ୍ତ, ଶିକ୍ଷୟିତ୍ରୀ ଶିବାନୀ ବଦ୍ରା, ଅର୍ପିତା ମହାନ୍ତି ୩ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରର ଅନୁଭୂତି ସମ୍ପର୍କରେ ନିଜ ନିଜ ମତବ୍ୟକ୍ତ କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories