www.samajalive.in
Saturday, December 6, 2025
26.1 C
Bhubaneswar

କରୋନା ଅପଡେଟ୍ : ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨କୁ ବୃଦ୍ଧି  

ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୧୭୨କୁ ବୃଦ୍ଧି ହୋଇଛି। ଗୁରୁବାର ୨୧ଟି ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି। ସେହିପରି ଛତିଶଗଡରେ ପ୍ରଥମ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଲକ୍ଷ୍ନୌରେ ଆଉ ଦୁଇଜଣ ସନ୍ଦିଗ୍ଧଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ରାଜସ୍ଥାନର ଗୋଟିଏ ପରିବାରର ତିନି ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ଲକ୍ଷ୍ନୌରେ ଅନ୍ୟ ଦୁଇଜଣ କରୋନା ଆକ୍ରାନ୍ତ ସାମ୍ନାକୁ ଆସିଛନ୍ତି। ଉଭୟଙ୍କୁ କେଜିଏମସିରେ ଭର୍ତ୍ତି କରାଯାଇଛି। ବୁଧବାର ଏମାନଙ୍କର ରକ୍ତ ଓ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜିର ରିପୋର୍ଟ ଆସିବା ପରେ ଉଭୟ ପଜିଟିଭ୍ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରୁ ଜଣେ ନିଶାଟଗଞ୍ଜର ଏବଂ ଅନ୍ୟଟି ଲାଖିମପୁରର ବାସିନ୍ଦା।

- Advertisement -

ଛତିଶଗଡରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ଲଣ୍ଡନରୁ ଛତିଶଗଡକୁ ଫେରିଥିବା ଜଣେ ୨୪ ବର୍ଷୀୟା ଯୁବତୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଛତିଶଗଡ ସ୍ୱାସ୍ଥ୍ୟ ଅଧିକାରୀ ଗୁରୁବାର ଦିନ ଏହି ସୂଚନା ଦେଇ କହିଛନ୍ତି ଯେ, ଏହା ହେଉଛି ରାଜ୍ୟର କରୋନା ସଂକ୍ରମିତ ପ୍ରଥମ ମାମଲା। ସଂକ୍ରମିତ ଯୁବତୀ ଏବଂ ତାଙ୍କ ପିତାମାତାଙ୍କୁ ରାୟପୁରର ଏମ୍ସରେ ନଜରବନ୍ଦୀ ଭାବେ ରଖାଯାଇଛି।

ସମୁଦାୟ ସଂକ୍ରମିତ ୧୭୨ ଭାରତୀୟ ୧୪୭ ବିଦେଶୀ ୨୫
ରାଜ୍ୟ ସମୁଦାୟ ଭାରତୀୟ ବିଦେଶୀ ସୁସ୍ଥ ହୋଇଥିବା
ମହାରାଷ୍ଟ୍ର ୪୭ ୪୪
କେରଳ ୨୭ ୨୫
ହରିୟାଣା ୧୭ ୧୪
ଦିଲ୍ଲୀ ୧୭ ୧୬
ୟୁପି ୧୯ ୧୮
କର୍ଣ୍ଣାଟକ ୧୪ ୧୪
ରାଜସ୍ଥାନ
ଲଦାଖ
ତାମିଲନାଡୁ
ଜାମ୍ମୁ କାଶ୍ମୀର
ପଞ୍ଜାବ
ତେଲେଙ୍ଗାନା
ଆନ୍ଧ୍ରପ୍ରଦେଶ
ଓଡିଶା
ଉତ୍ତରାଖଣ୍ଡ
ପଶ୍ଚିମବଙ୍ଗ
ଚଣ୍ଡିଗଡ଼
ପୁଡୁଚେରୀ
ଛତିଶଗଡ

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories