www.samajalive.in
Sunday, December 14, 2025
23.1 C
Bhubaneswar

ଦଶହରା ଦୁର୍ଗା ପୂଜା ପାଇଁ ମାଟି ଅନୁକୂଳ

ତିଗିରିଆ : ଶାରଦୀୟ ଦଶହରା ଦୂର୍ଗାପୂଜା ପାଇଁ ତିଗିରିଆ ବ୍ଳକ ହସ୍ତତନ୍ତ ପ୍ରସିଦ୍ଧ ନୂଆପାଟଣାର ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ବୁଧବାର ମାଟି ଅନୁକୂଳ ଆରମ୍ଭ ହୋଇଛି। ପବିତ୍ର ଜନ୍ମାଷ୍ଟମୀ ଅବସରରେ ସ୍ଥାନୀୟ ଚଣ୍ଡୀ ବଜାର ପକ୍ଷରୁ ଚଳିତ ବର୍ଷ ସର୍ବ ପ୍ରଥମେ ମାଟି ଅନୁକୂଳ ହୋଇଛି । ସମସ୍ତ ବୈଦିକ ରୀତିନୀତି ଅନୁଯାୟୀ ନିକଟସ୍ଥ କଳାପାଟଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ମାଟି ଅନୁକୂଳ ହୋଇଥିଲା। ଏଥିରେ ବଜାର ସଭାପତି ପ୍ରକାଶ କୁମାର ଦାସ, ସମ୍ପାଦକ ଧୃବ ଚରଣ ଦାସଙ୍କ ସମେତ ସମସ୍ତ ପରିଚାଳନା କମିଟି ସଦସ୍ୟ ଯୋଗଦେଇଥିଲେ। କର୍ତ୍ତା ଭାବରେ ମାୟାଧର ସାହୁ ଓ ପ୍ରଦୀପ ବର୍ଦ୍ଧନ ନିଜ ନିଜର ଦାୟିତ୍ଵ ନିର୍ବାହ କରିଥିବା ବେଳେ ପୂଜକ ମୀନୁ ମିଶ୍ର ସମସ୍ତ ବୈଦିକ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ନଦୀୟା ସଙ୍କୀର୍ତ୍ତନ ଗହଣରେ ଏକ ଶୋଭାଯାତ୍ରାରେ ଅନୁକୂଳ ହୋଇଥିବା ମାଟିକୁ ଆଣି ଚଣ୍ଡୀ ବଜାର ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା।

ଚଳିତ ବର୍ଷ ଅକ୍ଟୋବର ମାସ ୨୪ ତାରିଖରେ ଦଶହରା ଉତ୍ସବ ଅନୁଷ୍ଠିତ ହେବାକୁ ଥିବା ବେଳେ ୨୦ ତାରିଖରୁ ବିଭିନ୍ନ ମଣ୍ଡପରେ ମା’ଙ୍କ ମୃଣ୍ମୟୀ ପ୍ରତିମା ପୂଜା ଆରମ୍ଭ ହେବ ବୋଲି ଶ୍ରୀ ଦାସ କହିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories