QNETIC – Mobile

ପୁରପଲ୍ଲୀରେ ଜନ୍ମାଷ୍ଟମୀ ପାଳିତ

ତିଗିରିଆ :  ତିଗିରିଆ ଅଞ୍ଚଳର ପୁରପଲ୍ଲୀରେ ବୁଧବାର ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ଗାଁ ଗହଳିର ବିଭିନ୍ନ ଦେବଦେବୀଙ୍କ ପୀଠ ଏବଂ ବିଶେଷ କରି ବିଭିନ୍ନ ଭଗବତ ଟୁଙ୍ଗି ଗୋଷ୍ଠୀ ଘରେ କୃଷ୍ଣ ପ୍ରେମୀ ଭକ୍ତ ଓ ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ଏକତ୍ର ହୋଇ ପୂଜାର୍ଚ୍ଚନା କରିବା ସହିତ ନାମ କୀର୍ତ୍ତନ ଓ ଭଗବତ ପଠନ କରିଥିଲେ। ସେହିପରି ଆଜି ସକାଳେ ବିଭିନ୍ନ ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷାନୁଷ୍ଠାନ ଗୁଡିକରେ ଶିକ୍ଷାର୍ଥୀଗଣ ରାଧା ଓ କୃଷ୍ଣ ବେଶ ଧାରଣ କରି ନଗର ପରିକ୍ରମା କରିବା ସହିତ ବନ୍ଦନା ଗାନ କରିଥିବା ଦେଖିବାକୁ ମିଳିଥିଲା।

Comments are closed.