www.samajalive.in
Sunday, December 7, 2025
26.1 C
Bhubaneswar

ଦୁଇ ଯୁବତୀଙ୍କୁ ଛୁରା ମାଡ଼, ଯୁବକ ଅଟକ

ବୋଡ଼େନ: ନୂଆପଡ଼ା ଜିଲା ଅନ୍ତର୍ଗତ ବୋଡ଼େନ ମୁଖ୍ୟ ରାସ୍ତା ସାପ୍ତାହିକ ବଜାର ଛକ ପାଖରେ ଦିନ ପ୍ରାୟ ଗୋଟାଏ ବେଳେ ଜଣେ ଉନ୍ମତ୍ତ ଯୁବକ ଦୁଇ ଯୁବତୀଙ୍କୁ ଛୁରୀରେ ଆକ୍ରମଣ କରି ବୋଡ଼େନ ପୁଲିସ ହାତରେ ଧରା ପଡ଼ିଛନ୍ତି। ଘଟଣା ଅନୁସାରେ, ବୋଇରଗାଁ ପଞ୍ଚାୟତ ଚିକଲଚୁଆଁ ଗ୍ରାମର ଚନ୍ଦ୍ରିକା ମାଝୀ(୨୪) ଓ ତାଙ୍କ ସାଙ୍ଗ ଉକ୍ତ ଗ୍ରାମର ପ୍ରେମଶିଳା ଜଗତ (୨୨) କିଛି ସଉଦା କିଣିବାକୁ ବୋଡ଼େନ ଆସିଥିଲେ। ସଉଦା କିଣାକିଣି ସମୟରେ ବୋଇରଗାଁ ଗ୍ରାମର ଲଲିତ ନାଏକ (୪୨) ନାମକ ଜଣେ ବିବାହିତ ଯୁବକ ତାଙ୍କୁ ଦୁଇ ଶହ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଚନ୍ଦ୍ରିକା ଅଭିଯୋଗ କରିଛନ୍ତି। ଭୟରେ ଚନ୍ଦ୍ରିକା ତାଙ୍କୁ ୨୦୦ଟଙ୍କା ଦେଲେ। ସାଇକେଲରେ ଦୁଇ ଯୁବତୀ ପଲାଉଥିବା ବେଳେ ଲଲିତ ତାଙ୍କୁ ପଛାକରି ବଜାର ଛକ ପାଖରେ ଅଟକାଇଥିଲେ। ଚନ୍ଦ୍ରିକାଙ୍କୁ ଭଲ ପାଉଥିବା କହି ବିବାହ କରିବାକୁ କହିବା ସହ ତାଙ୍କୁ ଟଣାଓଟରା କରିଥିଲେ। ଚନ୍ଦ୍ରିକାଙ୍କ ସାଙ୍ଗ ପ୍ରେମଶିଳା ଚନ୍ଦ୍ରିକାଙ୍କୁ ସାହାଯ୍ୟ କରିବାକୁ ଗଲା ବେଳେ ଲଲିତ ଏକ ଛୁରୀ ବାହାର କରି ପ୍ରେମଶିଳାଙ୍କୁ ମାରିଥିଲା। ପ୍ରେମଶିଳାଙ୍କ ବାମପାଖ ଅଣ୍ଟା ଉପରକୁ ଗଭୀର କ୍ଷତ ସୃଷ୍ଟି ହୋଇଛି। ଏହା ପରେ ଚନ୍ଦ୍ରିକାଙ୍କ ବାମ ହାତ, ବାମ କାନ୍ଧ ଓ ଡାହାଣ ଗାଳରେ ପ୍ରାୟ ୬ରୁ ୭ ସ୍ଥାନରେ ଛୁରୀରେ ଆକ୍ରମଣ କରିଛି। ତଥାପି ସାହାସ ବାନ୍ଧି ଚନ୍ଦ୍ରିକା ଛୁରୀ ଛଡ଼ାଇ ନେଇଥିଲେ। ଏହି ସମୟରେ ଲୋକେ ଜମା ହୋଇଯିବାରୁ ଲଲିତ ଫେରାର ମାରିବାକୁ ଚେଷ୍ଟା କରିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ। ବୋଡ଼େନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲଲିତକୁ ଅଟକ ରଖି ତଦନ୍ତ କରୁଛନ୍ତି। ଦୁଇ ଯୁବତୀଙ୍କୁ ବୋଡ଼େନ ଡାକ୍ତରଖାନାରେ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଦିନ ଦ୍ୱିପହରରେ ମଝି ରାସ୍ତା ଉପରେ ଏଭଳି ଉନ୍ମତ୍ତକାଣ୍ଡକୁ ସବୁ ମହଳରେ ନିନ୍ଦା କରାଯିବା ସହ ଦୋଷୀ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବାକୁ ଦାବି ହେଉଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories