www.samajalive.in
Saturday, December 6, 2025
15.1 C
Bhubaneswar

କାଠ ମାଫିଆଙ୍କ ପାଖରୁ ଜଙ୍ଗଲ ବଞ୍ଚାଇବା ପାଇଁ ସ୍ୱେଚ୍ଛାସେବୀ ଜଗୁଛନ୍ତି ଜଙ୍ଗଲ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ରାଣିମୁଣ୍ଡା ଗ୍ରାମରେ ଥିବା ବୁଢାରଜା ଜଙ୍ଗଲକୁ ଗ୍ରାମର ସ୍ୱେଚ୍ଛାସେବୀ ମାନେ ଜଗି ଜଙ୍ଗଲକୁ ସୁରକ୍ଷା ଦେଉଥିବା ସୂଚନା ମିଳିଛି। ସୂଚନାମତେ ରାଣିମୁଣ୍ଡା ଗ୍ରାମରେ ଥିବା ବୁଢାରଜା ଜଙ୍ଗଲରେ ଗତ ଦିନରେ ବିଭିନ୍ନ ଚାରା ରୋପଣ ହୋଇଥିଲା। ଏବେ ଏହି ଜଙ୍ଗଲ ଘଞ୍ଚ ଜଙ୍ଗଲରେ ପରିଣତ ହୋଇଅଛି। ହେଲେ ସରକାରଙ୍କ ଲକଡାଉନ ପରେ ଏହି ଜଙ୍ଗଲରୁ ଗଛମାଫିଆ ମାନେ ପ୍ରତିଦିନ ଗଛ କାଟିକି ନେଇଯାଉଥିଲେ। ଗ୍ରାମର ସ୍ୱେଚ୍ଛାସେବୀ ତୁକାରାମ ହିଆଲ, ଚିତ୍ରସେନ ବାଗ ଏବଂ ଖିରସିନ୍ଧୁ ହିଆଲ ପ୍ରମୁଖ ଖଡିଆଳ ରେଞ୍ଜର ସଢାନନ୍ଦ ସୁନାନୀ ଏବଂ ଫରେଷ୍ଟର କ୍ଷମାସାଗର ଶବରଙ୍କୁ ସାକ୍ଷାତ କରି ଜଙ୍ଗଲର ମୂଲ୍ୟବାନ ଗଛକୁ କାଟି ନେଉଥିବା ଅଭିଯୋଗ କରି ସେମାନଙ୍କୁ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଦେବାକୁ ଅନୁରୋଧ କରିଥିଲେ। ସେମାନେ ଗତ ୨ ମାସରୁ ଅଧିକ ଦିନ ହେବ ଜଙ୍ଗଲକୁ ଜଗି ରହୁଥିବା ବେଳେ କେହି ମଧ୍ୟ ଗଛ କାଟିବାକୁ ଆସିପାରୁନଥିବା ପ୍ରକାଶ କରିଛନ୍ତି। ଫଳରେ ଲକଡାଉନ ସ୍ଥିତିରେ ଜଙ୍ଗଲକୁ ଜଗି ବର୍ତ୍ତମାନ ଅନେକ ମୂଲ୍ୟବାନ ଗଛକୁ ବଞ୍ଚାଇ ରଖିଥିବାରୁ ସେମାନେ ନିଜକୁ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଫଳରେ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଅଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories