www.samajalive.in
Monday, December 15, 2025
26.1 C
Bhubaneswar

ନୂଆପଡା ଉପନିର୍ବାଚନ: ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ଅଧିକାରୀଙ୍କୁ ତାଲିମ

ନୂଆପଡା: ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି  ଲାଗୁ ହୋଇଛି l ଏହି  ସମୟରେ ନିର୍ବାଚନ ଖର୍ଚ୍ଚ ତଦାରଖ ପାଇଁ ନିଯୁକ୍ତ ଅଧିକାରୀ ୟମାନଙ୍କୁ ତାଲିମ ଦେବା ସହିତ  ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ଲାଗି  ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିରିକ୍ତ ଶାସନ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତଥା ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ଶତୃଘ୍ନ କର ସମ୍ପୃକ୍ତ ଅଧିକାରୀମାନଙ୍କୁ ଏ ବିଷୟରେ ବିଶଦ ଭାବରେ ତାଲିମ୍ ଦେଇଥିଲେ l କର ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ସ୍ଵୀକୃତିପ୍ରାପ୍ତ ଜାତୀୟ ସ୍ତରର ଜଣେ ନିର୍ବାଚନ ସମ୍ବନ୍ଧୀୟ ମାଷ୍ଟର ଟ୍ରେନର।

ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ନିର୍ବାଚନ ଖର୍ଚ୍ଚ ତଦାରଖ ଅଧିକାରୀମାନଙ୍କୁ ସେମାନଙ୍କ ଗୁରୁ ଦାୟିତ୍ବ ସମ୍ବନ୍ଧରେ ଅବଗତ କରାଇଥିଲେ। କର ସମ୍ପୂର୍ଣ୍ଣ ନିରପେକ୍ଷ ଭାବରେ ନିର୍ବାଚନ ପରିଚାଳନା କରିବା ପାଇଁ ଅଧିକାରୀମାନଙ୍କୁ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ। ଏଥର ଉପ ନିର୍ବାଚନରେ ଜଣେ ପ୍ରାର୍ଥୀ ଅଧିକତମ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାରିବେ l ନିର୍ବାଚନରେ ପ୍ରଚାର ପ୍ରସାର, ବିଜ୍ଞାପନ, ସଭା ସମିତି, କ୍ୟାମ୍ପେନ୍ ସାମଗ୍ରୀ, ଖାଦ୍ୟ ପେୟ ସବୁ ଆଇନ ଅନୁମୋଦିତ ଖର୍ଚ୍ଚ ବୋଲି ଧରାଯିବ l କିନ୍ତୁ ଭୋଟ୍ ବଦଳରେ ଟଙ୍କା, ଉପହାର, ଖାଦ୍ୟ, ମଦ, କୁକୁଡ଼ା, ଲୁଗାପଟା ବାଣ୍ଟିବା ଏଵଂ ପେଡ ନିଉଜ୍ ଛାପିବା ବେଆଇନ ଅଟେ l ଅଧିକାରୀମାନେ ପ୍ରାର୍ଥୀ ଏବଂ ଦଳଗୁଡ଼ିକର ବ୍ୟୟ ଉପରେ କଡା ନଜର ରଖିବେ l ଷ୍ଟାର ପ୍ରଚାରକମାନଙ୍କ ଖର୍ଚ୍ଚ ମଧ୍ୟ ଜଗିବେ l ସବୁ ପ୍ରାର୍ଥୀ କିମ୍ୱା ତାଙ୍କ ନିର୍ବାଚନ ଏଜେଣ୍ଟ ସମସ୍ତ ଖର୍ଚ୍ଚର ରେଜିଷ୍ଟର ଲେଖିବେ l ଏହାକୁ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମଝିରେ ତଦାରଖ କରିବେ। ସମସ୍ତ ପ୍ରଚାର ପୋଷ୍ଟର ପାମ୍ପ୍ଲେଟରେ ପ୍ରିଣ୍ଟର ଓ ପବ୍ଲିଶରଙ୍କ ନାମ ରହିବ। ନିର୍ବାଚନ ଖର୍ଚ୍ଚ ଆରମ୍ଭ ପୂର୍ବରୁ ସବୁ ପ୍ରାର୍ଥୀ ନିଜ ନାମରେ ଏକ ନୂତନ ବ୍ୟାଙ୍କ୍ ଆକାଉଣ୍ଟ୍ ଖୋଲି କେବଳ ସେଥିରୁ ହିଁ ଅନୁମୋଦିତ ରାଶି ଖର୍ଚ୍ଚ କରି ପାରିବେ l ଅନ୍ୟଥା ତାଙ୍କର ପ୍ରାର୍ଥୀତ୍ବ ନାକଚ ହୋଇଯିବ l ଅବକାରୀ ଅଧୀକ୍ଷକ ଜିଲ୍ଲାର ବେଆଇନ ମଦ ବିକ୍ରି ଉପରେ ତୀକ୍ଷ୍ମ ନଜର ରଖି ନିର୍ବାଚନ ସମୟରେ ଯେପରି ଏହା ବ୍ୟବହୃତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ। ଆମେ ସମସ୍ତେ ସଚେତନ ହୋଇ ସମର୍ପିତ ଭାବରେ କାମ କଲେ ଏକ ଅବାଧ, ନିରପେକ୍ଷ ନିର୍ବାଚନ ସମ୍ଭବ ହୋଇ ପାରିବ ବୋଲି କର ଆଶା ପ୍ରକାଶ କରିଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories