www.samajalive.in
Thursday, November 13, 2025
18.1 C
Bhubaneswar

ରାଜଧାନୀରେ ବେଆଇନ ଔଷଧ ଦୋକାନରେ ଚଢ଼ାଉ, ବିନା ଲାଇସେନ୍ସରେ ଚାଲିଥିଲା କାରବାର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର କଳିଙ୍ଗନଗରରେ ଥିବା ଏକ ବେଆଇନ ଔଷଧ ଦୋକାନରେ ଭେଷଜ ନିୟନ୍ତ୍ରଣ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକଙ୍କ ନିର୍ଦେଶରେ ହୋଇଥିବା ଏହି ଚଢ଼ାଉ ସମୟରେ ପ୍ରାୟ ୮ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି। ‘ଗେଟ୍‌ଆଲାଇଭ୍‌  ହେଲ୍ଥକେୟାର’ ନାମରେ ଚାଲିଥିବା ଏହି ଔଷଧ ଦୋକାନ ବିରୋଧରେ ପ୍ରଶାସନ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ବିନା ଲାଇସେନ୍ସରେ ଏହି ଔଷଧ ଦୋକାନ ଚାଲିଥିବାନେଇ ଖବର ମିଳିବା ପରେ ପ୍ରଶାସନ ପକ୍ଷରୁ ଯୋଜନା ମୁତାବକ ଚଢ଼ାଉ କରାଯାଇଥିଲା। ଭୁବନେଶ୍ଵର-୨ର ଭେଷଜ ନିରୀକ୍ଷକ ଚନ୍ଦନ କୁମାର ଗିରି ରୋଗୀ ପରିଚୟ ଦେଇ ଉକ୍ତ ଔଷଧ ଦୋକାନରୁ କିଛି ଔଷଧ କିଣିଥିଲେ। ଦୋକାନ ପକ୍ଷରୁ ଦିଆଯାଇଥିବା ବିଲ୍‌ ଏମ/ଏସ ଡିଏମଏମଏନପିଆର ଫାର୍ମାସ୍ୟୁଟିକାଲ୍ସ ପ୍ରା. ଲି. ପକ୍ଷରୁ ଜାରି କରାଯାଇଥିଲା। ଏହାକୁ ଯାଞ୍ଚ କରାଯିବା ପରେ ଏହି ସଂସ୍ଥା ନାମରେ କୌଣସି ଲାଇସେନ୍ସ ଜାରି ହୋଇ ନ ଥିବା ଜଣାପଡ଼ିତିଲା। ଯାହା ଡ୍ରଗ୍ସ ଏବଂ କସମେଟିକ୍ସ ଆଇନ ୧୯୪୦ର ସେକ୍ସନ ୧୮(ସି)କୁ ଉଲ୍ଲଂଘନ କରୁଛି।

- Advertisement -

ଏହା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ସେଠାରେ ମିଳିତ ଚଢ଼ାଉ କରାଯାଇଥିଲା। ୬ଟି ଔଷଧର ମାନ ଯାଞ୍ଚ ପାଇଁ ନମୁନା ପରୀକ୍ଷା ଲାଗି ରାଜ୍ୟ ଔଷଧ ପରୀକ୍ଷା ଏବଂ ଗବେଷଣା ପରୀକ୍ଷାଗାରକୁ ପଠାଯାଇଛି। ଏମ/ଏସ ଡିଏମଏମଏନପିଆର ଫାର୍ମାସ୍ୟୁଟିକାଲ୍ସ ପ୍ରା. ଲି. ସଂସ୍ଥାର ନିର୍ଦେଶକ ମିହିର କୁମାର ନନ୍ଦ ହିଁ ଉକ୍ତ ଔଷଧ ଦୋକାନ ଚଳାଉଥିଲେ। ତେଣୁ ତାଙ୍କୁ ଏହି ଘଟଣାରେ ଅଭିଯୁକ୍ତ ଦର୍ଶାଯାଇଛି।

Hot this week

ସମ୍ପାଦକୀୟ : ଓଡ଼ିଶାରେ ମାଣ୍ଡିଆ ଗ୍ରାମ

ପାହାଡ଼ ଗାଁରେ ମାଣ୍ଡିଆ ଚାଷ, ସୂରୁଯ ଉଇଁଲେ ଆସଇ ହସ। ଏ...

ସମ୍ପାଦକୀୟ : ପାକିସ୍ତାନୀ ମିଛ , ପୁରୁଣା ଅଭ୍ୟାସର ପୁନରାବୃତ୍ତି

ନିକଟରେ ଦିଲ୍ଲୀର ଲାଲକିଲା ପାଖରେ ହୋଇଥିବା ବିସ୍ଫୋରଣର ଠିକ୍ ପରେ ପରେ...

ସମ୍ପାଦକୀୟ : ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କୁ କଠୋର ଦଣ୍ଡ ଦିଆଯାଉ

ଆତଙ୍କବାଦୀ ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଲୋକଙ୍କ ବିରୋଧରେ ଆମର ସୁରକ୍ଷା...

ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌ ଅଫିସର ମୁଖ୍ୟ ପରୀକ୍ଷା ବାତିଲ

ଏଏସ୍‌ଓ ମୁଖ୍ୟ ପରୀକ୍ଷା ବାତିଲ କଟକ, ୧୨ା୧୧ (ନି.ପ୍ର): ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ୍‌...

Related Articles

Popular Categories