ଏନଏସ ବିଶ୍ୱନାଥନ ହେଲେ ଆରବିଆଇର ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ : ଏନଏସ ବିଶ୍ୱନାଥନଙ୍କୁ ସୋମବାର ବର୍ଷେ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଏହି ଦାୟିତ୍ୱ ଦ୍ୱିତୀୟ ଥର ମିଳିଛି। ଏହା ପୂର୍ବରୁ ସେ ୨୦୧୬ ଜୁଲାଇ ୪ରୁ କେନ୍ଦ୍ରୀୟ ବ୍ୟାଙ୍କରେ ୩ ବର୍ଷ ପାଇଁ ଡେପୁଟି ଗଭର୍ଣ୍ଣର ଥିଲେ। ୨୦୧୯ ଜୁଲାଇ ୩ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ସରକାର ଏବେ ତାଙ୍କୁ ପୁଣିଥରେ ବର୍ଷେ ପାଇଁ ଡେପୁଟି ଗଭର୍ଣ୍ଣର ଦାୟିତ୍ୱ ପ୍ରଦାନ କରିଛନ୍ତି।
ପ୍ରକାଶ ଯେ ଆରବିଆଇରେ ୪ ଜଣ ଡେପୁଟି ଗଭର୍ଣ୍ଣର ରହନ୍ତି। ସରକାର ଡେପୁଟି ଗଭର୍ଣ୍ଣର ନିଯୁକ୍ତିରେ ଗଭର୍ଣ୍ଣରଙ୍କ ସୁପାରିଶକୁ ଗୁରୁତ୍ୱ ଦେଇଥାନ୍ତି। ପରମ୍ପରା ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରୁ ୨ ଜଣଙ୍କୁ, ବାଣିଜ୍ୟିକ ବ୍ୟାକିଂ କ୍ଷେତ୍ରରୁ ଜଣକୁ ଓ ଜଣେ ଅର୍ଥନୀତିଜ୍ଞଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଥାଏ। ଚତୁର୍ଥ ଡେପୁଟି ଗଭର୍ଣ୍ଣର ଭାବେ ବିରଳ ଆଚାର୍ଯ୍ୟଙ୍କୁ ୨୦୧୭ ଜାନୁଆରୀ ୨୦ରେ ୩ ବର୍ଷ ପାଇଁ ନିଯୁକ୍ତ କରାଯାଇଥିଲା। ନିକଟରେ ବିରଳ ଆଚାର୍ଯ୍ୟ ନଜ ପଦରୁ ଇସ୍ତଫା ଦେଇଛନ୍ତି। ଏବେ ମହେଶ ଜୈନଙ୍କୁ ଛାଡ଼ି ଆରବିଆଇରେ ୨ ଜଣ ଡେପୁଟି ଗଭର୍ଣ୍ଣର ଅଛନ୍ତି।

Comments are closed.