ନୂଆଦିଲ୍ଲୀ: ଭୋଜପୁରୀ ଚଳଚ୍ଚିତ୍ର ଅଭିନେତା ତଥା ଗୋରଖପୁରରୁ ଲୋକସଭାକୁ ନିର୍ବାଚିତ ବିଜେପି ସାଂସଦ ସୋମବାର ଲୋକସଭାରେ ଭୋଜପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବାକୁ ଦାବି ଉପସ୍ଥାପନ କରିଛନ୍ତି।
ଲୋକସଭାରେ ଶୁନ୍ୟକାଳ ସମୟରେ ସେ ଦାବି ଉପସ୍ଥାପନ କରି କହିଛନ୍ତି, ଭାରତରେ ପ୍ରାୟ ୨୫ କୋଟି ଜନସାଧାରଣ ଭୋଜପୁରୀ ଭାଷାକୁ କଥିତ ଭାଷା ଭାବେ ବ୍ୟବହାର କରନ୍ତି ବୁଝିପାରନ୍ତି ମଧ୍ୟ। ମରିସସରେ ଭୋଜପୁରିକୁ ଦ୍ଵିତୀୟ ଭାଷା ଭାବେ ମାନ୍ୟତା ମିଳିଥିବା ବେଳେ ଅନ୍ୟ କେତେକ ଦେଶରେ ମଧ୍ୟ ଏହି ଭାଷାକୁ କଥିତ ଭାଷା ଭାବେ ବ୍ୟବହାର କରାଯାଏ।
କିଶନ କହିଛନ୍ତି ଯେ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ବିହାରର ଏକ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଜପୁରୀ ଭାଷାରେ ଲୋକମାନଙ୍କ ଅଭିବାଦନ କରିଥିଲେ ଓ ସେଥିରୁ ଅନୁମେୟ ଯେ ଭୋଜପୁରୀ ଭାଷାକୁ ଅଷ୍ଟମ ଅନୁଛେଦରେ ସାମିଲ କରାଯିବ। ଲୋକସଭାରେ କିଶନ ଏକ ଭୋଜପୁରୀ ଗୀତ ଗାଇବା ଆରମ୍ଭ କରିବା କ୍ଷଣି ଅଧ୍ୟକ୍ଷ ଓମ ବିର୍ଲା ତାଙ୍କୁ କେବଳ ନିଜ ବକ୍ତବ୍ୟ ଉପସ୍ଥାପନ କରିବାକୁ କହିଥିଲେ।
ଏହି ଦାବିକୁ କେତେକ ଦଳୀୟ ସାଂସଦ ଏବଂ ବିରୋଧୀ ସଦସ୍ୟ ସମର୍ଥନ କରିଥିଲେ।



