କଲକତା : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସୋମବାର ପଶ୍ଚିମବଙ୍ଗର ୨୨ଟି ସ୍ଥାନରେ ଚଢଉ କରିଛି। ଚିଟଫଣ୍ଡ ଦୁର୍ନୀତି ମାମଲାରେ ଏହି ଚଢଉ କରାଯାଇଥିବା ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ ନ୍ୟୁ ଲ୍ୟାଣ୍ଡ ଇଣ୍ଡଷ୍ଟ୍ରିଜର ନିର୍ଦେଶକ ଏବଂ ପ୍ରମୋଟରଙ୍କ ୨୨ଟି ଠିକଣା ଉପରେ ଚଢଉ କରାଯାଇଛି। ଅଭିଯୋଗ ଅଛି ଯେ ନ୍ୟୁ ଲ୍ୟାଣ୍ଡ ଇଣ୍ଡଷ୍ଟ୍ରିଜର ୨୦୦ରୁ ଅଧିକ ଏଜେଣ୍ଟ କୋଟିଏ ଲେଖାଏଁ ଟଙ୍କା ଜମା କରିଥିଲେ। ଦ୍ୱିଗୁଣା ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇ କମ୍ପାନୀର ନିର୍ଦେଶକ ଏବଂ ପ୍ରମୋଟର ଜମା ଟଙ୍କା ଲୁଟି ନେଇଥିଲେ। ଏହାକୁ ନେଇ ମାମଲା ରୁଜୁ ହୋଇଥିଲା। ଏବେ ସିବିଆଇ ଏହି ମାମଲାର ତଦନ୍ତ କରୁଛି।
ପଶ୍ଚିମବଙ୍ଗର ୨୨ ସ୍ଥାନରେ ସିବିଆଇ ଚଢଉ
Popular Categories



