www.samajalive.in
Monday, December 8, 2025
24.1 C
Bhubaneswar

ଜିଲା ପ୍ରଶାସନକୁ ୫ଟି ଅମ୍ଳଜାନ ସାନ୍ଧ୍ରକ ଦାନ କଲେ ପୁରାତନ ଛାତ୍ର ଶିବାଶିଷ

ଯାଜପୁର : କରୋନା ମହାମାରୀ ଏକ ଅଦୃଶ୍ୟ ଶତ୍ରୁ। ଏହା ନିଜର ରୂପ ଓ ଚରିତ୍ର ପ୍ରତ୍ୟେକ ମୁର୍ହୁରେ ବଦଳାଇ ଚାଲିଛି। ବର୍ତମାନ ସ୍ଥିତି ଅନୁସାରେ ସଂକ୍ରମଣ ବୃଦ୍ଧି ସହ ଅମ୍ଳଜାନ ମାତ୍ରା ଶରୀରରୁ ଦ୍ରୁତ ହ୍ରାସ କରାଉଛି। ଅମ୍ଳଜାନ କମିଯିବାରୁ ସଂକ୍ରମିତ ଗୁରୁତର ହୋଇ ପଡ଼ୁଛନ୍ତି । ତେଣୁ ଅମ୍ଳଜାନ ଅଧିକରୁ ଅଧିକ ଆବଶ୍ୟକ ପଡ଼ୁଛି। ଏହାକୁ ଅନୁଭବ କରି ଯାଜପୁର ଜିଲା ସ୍କୁଲର ପୁରାତନ ଛାତ୍ର ଶିବାଶିଷ ଦାସ ଯିଏକି କାନାଡ଼ାର ଟରୋଂଟୋରେ ମେକାନିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟରତ, ସେ ଯାଜପୁର ଜିଲା ପ୍ରଶାସନକୁ ୫ଗୋଟି ଅମ୍ଳଜାନ ସାନ୍ଧ୍ରକ ପ୍ରଦାନ କରିଛନ୍ତି ।
ଭାରତରେ ଅମ୍ଳଜାନ ଜନିତ ସମସ୍ୟା ଯୋଗୁଁ କୋରୋନା ରୋଗୀଙ୍କ ମୃତ୍ୟୁ ଖବରରେ ବ୍ୟଥିତ ହୋଇ ମହାନତା ଦେଖାଇଲେ ପ୍ରବାସୀ ଓଡିଆ । ନିଜ ଦରମା ଅର୍ଥରେ ଅମ୍ଳଜାନ ସାନ୍ଧ୍ରକ ଦାନ କଲେ ଆମେ କହୁଛୁ ସୁଦୁର କାନାଡାର ଟରୋଂଟୋରେ ରହୁଥିବା ଓଡିଆ ଯୁବକ ଶିବାଶିଷ ଦାସ । ଶିବାଶିଷ ପ୍ରାୟ ୪ ଲକ୍ଷ ଟଙ୍କା ବ୍ୟୟରେ ଯାଜପୁର ଜିଲାପ୍ରଶାସନକୁ ୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି। ଶିବାଶିଷଙ୍କ ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ଶିବାଶିଷଙ୍କୁ ଧନ୍ୟବାଦ ଦିଆଯାଇଛି।
ବିଦେଶରେ ରହିବି ଭୁଲି ପାରିନାହାଁନ୍ତି ମାଟିର ମଣିଷକୁ। ନିଜ ଜନ୍ମମାଟିରେ କୋରୋନାର କରାଳ କାୟାକୁ ଟିଭି ପରଦାରେ ଦେଖି ବ୍ୟସ୍ତ ବିବ୍ରତ ହୋଇଛନ୍ତି ଏହି ପ୍ରବାସୀ ଓଡିଆ। କେବଳ ବିବ୍ରତ ହୋଇ ନାହାଁନ୍ତି ସାହାଯ୍ୟର ହାତ ବଢ଼ାଇଛନ୍ତି । ଆଉ ଏହି ପ୍ରବାସୀ ଓଡିଆ ଜଣକ ହେଉଛନ୍ତି ଯାଜପୁର ଜିଲା ଏରଡଙ୍ଗ ନଟରା ଗାଁର ଶିବାଶିଷ ଦାସ । ଯେଉଁ ଅମ୍ଳଜାନ ପାଇବା ପାଇଁ ପ୍ରତିଦିନ ଲୋକେ ସଂଘର୍ଷ କରୁଛନ୍ତି ସେହି ଅମ୍ଳଜାନ ସାନ୍ଧ୍ରକ କୋରୋନା ରୋଗୀଙ୍କ ପାଇଁ ସେ ଦାନ କରିଛନ୍ତି । କାନାଡାର ଟରୋଂଟୋରେ ରହୁଥିବା ଶିବାଶିଷ ସ୍ଥାନୀୟ ସରକାରଙ୍କ ଅଧିନରେ ଜଣେ ମେକାନିକାଲ ଇଂଜିନିୟର ଭାବେ କାର୍ଯ୍ୟକରୁଛନ୍ତି । ଗତ କିଛି ଦିନ ହେଲା ଭାରତରେ ଅମ୍ଳଜାନ ଅଭାବରୁ କୋରୋନା ରୋଗୀଙ୍କ ମୃତ୍ୟୁ ଖବର ଟେଲିଭିଜନରେ ଦେଖିବା ପରେ ସହାୟତା କରିବାକୁ ମନସ୍ଥ କରିଥିଲେ । ଯାଜପୁରର ଜିଲା ସ୍କୁଲ ଓ ଏନସି କଲେଜରେ ଶିକ୍ଷା ଗ୍ରହଣ କରିଥିବା ଶିବାଶିଷ ପ୍ରାଥମିକ ପର୍ଯ୍ୟାୟରେ ୫ଟି ଅମ୍ଳଜାନ ସାନ୍ଧ୍ରକ ଦାନ କରିଥିବା ବେଳେ ଆଗକୁ ଆଉ ୩ଟି ଦାନ କରିବେ। ସ୍ୱାସ୍ଥ୍ୟ ସେବା ପାଇଁ ଆବଶ୍ୟକ ହେଉଥିବା ଏଭଳି ମେସିନ ମିିଳିବା ପରେ  ଶିବାଶିଷଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି । ଶିବାଶିଷଙ୍କ ଭଳି ଅନ୍ୟ ମାନେ ଏପରି ସହଯୋଗ କରିବାକୁ ମଧ୍ୟ ନିବେଦନ କରାଯାଇଛି । ପ୍ରଥମେ ଦେଇଥିବା ଏହି ମେସିନ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ବ୍ୟବହୃତ ହୋଇଛି ।  ବିଦେଶରେ ରହି ନିଜ ମାଟି ଓ ମଣିଷକୁ ମନେ ରଖି କର୍ତବ୍ୟ ସଂପାଦନ କରିଥିବା ଶିବାଶିଷଙ୍କୁ ଅନେକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ବୁଧବାର ପୁର୍ବାହ୍ନରେ ଇଂ ଶିବାଶିଷଙ୍କ ପିତା ଦୀଲିପ କୁମାର ଦାସ ଓ ଭାଇ ଦେବାଶିଷ ଦାସ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏହି କନ୍ସେନ୍ଟ୍ରେଟର କୁ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲିକ,  ମିହିର ପ୍ରସାଦ ମହାନ୍ତି, ଓ ସିଡ଼ିଏମ୍ଓ ଡ଼ା ସୁଧାଂଶୁ ଶେଖର ବଳଙ୍କୁ ପ୍ରଦାନ କରିଛନ୍ତି । ଏହି ସହାୟତା ପାଇଁ ଅତିରିକ୍ତ ଜିଲାପାଳ ଶ୍ରୀ ଦାସଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ କରୋନା ରୋଗୀମାନଙ୍କ ପାଇଁ ଏହା ବିଶେଷ ଉପାଦେୟ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories