www.samajalive.in
Sunday, December 7, 2025
23.1 C
Bhubaneswar

୩୧ ଯାଏ ବନ୍ଦ ରହିବ ସମଲେଇ ଦର୍ଶନ

ସମ୍ବଲପୁର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତ ମଇ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ତାଲା ବନ୍ଦ ଅବଧିକୁ ସରକାର ଗତକାଲି ମଇ ୩୧ ତାରିଖ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଦର୍ଶନ ଆସନ୍ତା ମଇ ୨୦ରୁ ୩୧ ତାରିଖ ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀ ଶ୍ରୀ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହିଦିନ ମାନଙ୍କରେ ମା’ ସମଲେଶ୍ବରୀଙ୍କ ନୀତିକାନ୍ତି ତଥା ଦୈନନ୍ଦିନ ପୂଜାର୍ଚ୍ଚନା ନିର୍ଘଣ୍ଟ ଅନୁସାରେ ସମ୍ପାଦିତ ହେବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ କହିଛନ୍ତି। ସୂଚନାଯୋଗ୍ୟ ଯେ, ସପ୍ତାହାନ୍ତ ଦୁଇଦିନିଆ ବନ୍ଦ ଓ ତାଲାବନ୍ଦ ଘୋଷଣା ହେବା ପରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ଦର୍ଶନ ବନ୍ଦ କରି ଦିଆଯାଇଥିଲା।

 

- Advertisement -

ଗତବର୍ଷ କରୋନା ସଂକ୍ରମଣ ବୃଦ୍ଧି ପାଇବାପରେ ମାର୍ଚ୍ଚ ୨୩, ୨୦୨୦ରେ ମା’ ସମଲେଶ୍ବରୀ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଥିଲା। ଏହି ସମୟରୁ ଆଭାସି ଜରିଆରେ ଭକ୍ତମାନେ ଫେସବୁକ୍‌ରେ ମା’ଙ୍କ ଦର୍ଶନ କରି ଆସୁଛନ୍ତି। ପୁଣି ଚଳିତବର୍ଷ ଜାନୁଆରୀ ୩ ତାରିଖରେ କୋଭିଡ ନିର୍ଦେଶନାମାରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ବିଶ୍ବ କଲ୍ୟାଣ ଓ କରୋନାରୁ ମୁକ୍ତି ପାଇଁ ଆସନ୍ତା ୨୬ ତାରିଖରେ ପୂଜକ ମାନଙ୍କ ପକ୍ଷରୁ ସ୍ବତନ୍ତ୍ର ହୋମଯଜ୍ଞ ଓ ୧୦୮ ଆହୂତି କରାଯିବ ବୋଲି ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories