www.samajalive.in
Sunday, December 7, 2025
23.1 C
Bhubaneswar

୨୦୨୧ ଜନଗଣନା ପରେ ଦେଶବ୍ୟାପୀ ଲାଗୁ ହେବ ଏନଆରସି

ନୂଆଦିଲ୍ଲୀ: ୨୦୨୧ରେ ହେବାକୁ ଥିବା ଜନଗଣନା ପରେ ଆସାମ ଭଳି ଦେଶବ୍ୟାପୀ ପର୍ଯ୍ୟାୟକ୍ରମେ ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି) ଲାଗୁ ହେବ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ)ର ସହଯୋଗୀ ସଂଗଠନ, ସରକାରଙ୍କ ପ୍ରତିନିଧି ଏବଂ ବିଜେପି ନେତାମାନଙ୍କ ମଧ୍ୟରେ ହୋଇଥିବା ମାରାଥନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀର ଛତରପୁରରେ ଅନୁଷ୍ଠିତ ଏହି ବୈଠକରେ ଭବିଷ୍ୟତରେ ନୂଆ ଜନସଂଖ୍ୟା ନୀତି, ଦାରା ୩୭୦ ଉଚ୍ଛେଦ କରାଯିବା ପରବର୍ତ୍ତୀ ସ୍ଥିତି ଏବଂ ଅଯୋଧ୍ୟା ବିବାଦ ଉପରେ ଆସିବାକୁ ଥିବା ସୁପ୍ରିମକୋର୍ଟ ରାୟ ସମ୍ପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ସଂଗଠନ ମହାସଚିବ ବି.ଏଲ. ସନ୍ତୋଷ ଉପସ୍ଥିତି ଥିଲେ।

- Advertisement -

ବୈଠକରେ ଉପସ୍ଥିତ ଥିବା ଆରଏସଏସର ସହଯୋଗୀ ସଂଗଠନର ଏକ ପ୍ରତିନିଧିମଣ୍ଡଳୀଙ୍କ ସୂଚନା ଅନୁସାରେ, ଏନଆରସି ଉପରେ ବୈଠକରେ ସ୍ବତନ୍ତ୍ର ଭାବେ ଆଲୋଚନା ହୋଇଛି। ଏନଆରସି ଜାତୀୟ ସୁରକ୍ଷା ପାଇଁ ଅତ୍ୟନ୍ତ ଜରୁରୀ। ତେଣୁ ଦେଶର ନାଗରିକ ଏବଂ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ଲାଗି ଦେଶର ସବୁ ରାଜ୍ୟରେ ଏନଆରସି ଲାଗୁ କରିବା ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବା ଦରକାର ବୋଲି ଆରଏସଏସର ଜଣେ ବରିଷ୍ଠ ନେତା କହିଥିଲେ। ଏହା ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଶେଷରେ ୨୦୨୧ ଜନଗଣନା ପରେ ପର୍ଯ୍ୟାୟକ୍ରମେ ଦେଶବ୍ୟାପୀ ଏନଆରସି ଲାଗୁ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଯେଉଁ ରାଜ୍ୟରେ ଅନୁପ୍ରବେଶ ସମସ୍ୟା ଅଧିକ ସେହି ରାଜ୍ୟଗୁଡ଼ିକୁ ପ୍ରଥମେ ଚିହ୍ନଟ କରାଯିବ। ଏନଆରସି ସମର୍ଥନରେ ଜନମନ ସୃଷ୍ଟି କରାଯିବ। ଲୋକମାନଙ୍କୁ କୁହାଯିବ ଯେ ଏହି ପ୍ରକ୍ରିୟା ଦେଶର ସୁରକ୍ଷା ପାଇଁ ଜରୁରୀ ଏବଂ କୌଣସି ଧର୍ମ ସହିତ ଏହାର କିଛି ନେଣଦେଣ ନାହିଁ ବୋଲି ବୈଠକରେ ମତପ୍ରକାଶ ପାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories