www.samajalive.in
Saturday, December 6, 2025
26.1 C
Bhubaneswar

୧ନଂ. ହାଟ ଭୂତଳ ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୨ଟି ଶାଢ଼ି ଦୋକାନ

ଭୁବନେଶ୍ଵର: ୧ ନଂ. ହାଟର ଭୂତଳ ବଜାରରେ ଅଗ୍ନିକାଣ୍ଡ ଘଟିଛି। ମାର୍କେଟ ବିଲ୍ଡିଂ​‌ରେ ଥିବା ଏହି ଭୂତଳ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ନିଆଁ ଲାଗି ରହିଛି। ଯାହାଫଳରେ ୨ଟି ଶାଢ଼ି ଦୋକାନ ଜଳି ପାଉଁଶ ହୋଇଯାଇଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ନିଆଁକୁ ଆୟତ୍ତ କରିବା ଲାଗି କର୍ମଚାରୀମାନେ ନାକେଦମ ହୋଇଥିଲେ। ୧୦ଟି ଅଗ୍ନିଶମ ଗାଡ଼ି ସହାୟତାରେ ପ୍ରାୟ ୬ ଘଣ୍ଟା ଧରି କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇ ପାରିଥିବାରୁ ଅନ୍ୟ ଦୋକାନଗୁଡ଼ିକୁ ଏହା ବ୍ୟାପିପାରି ନ ଥିଲା।

ଅନ୍ୟପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ଶର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ୨ଟି ଶାଢ଼ି ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ ​‌ହୋଇଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories