www.samajalive.in
Friday, December 5, 2025
17.1 C
Bhubaneswar

ଏଣିକି ଶବ୍ଦ ପ୍ରଦୂଷଣ କଲେ ଗଣିବେ ୧ ଲକ୍ଷ ତଣ୍ଡ

ନୂଆଦିଲ୍ଲୀ: ଶବ୍ଦ ପ୍ରଦୂଷଣ କଲେ ଏଣିକି ୧ ଲକ୍ଷ ଟଙ୍କା ତଣ୍ଡ ଗଣିବେ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି(ଡିପିସିସି) ଶବ୍ଦ ପ୍ରଦୂଷଣକାରୀଙ୍କ ପାଇଁ ଜରିମାନା ରାଶି ବୃଦ୍ଧି କରିଛି। ନୂତନ ଜରିମାନା ଅନୁଯାୟୀ, ଦିଲ୍ଲୀରେ ଶବ୍ଦ ପ୍ରଦୂଷଣ କଲେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଇପାରେ।

ନୂଆ ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସମୟ ପରେ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ କୌଣସି ବ୍ୟକ୍ତିବିଶେଷ ବାଣ ଫୁଟାଇଲେ ୧୦୦୦ ଟଙ୍କା ଜରିମାନା ଦେବେ ଏବଂ ନିରବ ସ୍ଥାନରେ ବାଣ ଫୁଟାଇଲେ ୩୦୦୦ ଟଙ୍କା ତଣ୍ଡ ଗଣିବେ।

- Advertisement -

ଯଦି କୌଣସି ରାଲି, ବିବାହ କିମ୍ବା ଧାର୍ମିକ ମହୋତ୍ସବରେ ବାଣ ଫୁଟାଇବା ନିୟମ ଉଲ୍ଲଂଘନ କରାଯାଏ, ତେବେ ଏହି କାର୍ୟ୍ୟକ୍ରମର ଆୟୋଜକ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳରେ ୧୦,୦୦୦ ଟଙ୍କା ଏବଂ ଖାଲି ସ୍ଥାନରେ ଫୁଟାଉଥିଲେ ୨୦,୦୦୦ ଟଙ୍କା ଦେବାକୁ ପଡିବ। ଦ୍ୱିତୀୟ ଥର ନିୟମ ଉଲ୍ଲଂଘନ ହେଲେ ଜରିମାନା ପରିମାଣ ୨ ଗୁଣା ବଢିଯିବ। ଅର୍ଥାତ୍ ୪୦,୦୦୦ ଟଙ୍କାକୁ ଦେବାକୁ ପଡ଼ିବ। ଯଦି ଦୁଇଥରରୁ ଅଧିକ ନିୟମ ଉଲ୍ଲଂଘନ କରାଯାଏ, ତେବେ ସଂଶୋଧିତ ନିୟମ ଅନୁଯାୟୀ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସେହି ଅଞ୍ଚଳକୁ ସିଲ୍ କରାଯିବ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories