www.samajalive.in
Sunday, December 14, 2025
26.1 C
Bhubaneswar

ଉତ୍ତର ପ୍ରଦେଶ ଶାନ୍ତ – ଶାନ୍ତି ବଜାୟ ପାଇଁ ପୁଲିସ ପ୍ରଶାସନର ନିବେଦନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାରେ ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ରହିଛି ଏବଂ କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟିବା ଖବର ମିଳି ନାହିଁ। କେତେକ ସହରକୁ ଛାଡ଼ିଦେଲେ ବାରାଣସୀ, ଚାନ୍ଦୌଲି ଓ ଅଲିଗଡ଼ ଆଦି ଜିଲ୍ଳାରେ ୪୮ ଘଣ୍ଟା ପରେ ଇଣ୍ଟରନେଟ୍‍ ସେବା ପୁନଃ ସଂଯୋଗ କରାଯାଇଛି। ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ପୁଲିସ୍‍ ମହାନିର୍ଦ୍ଦେଶକ ଓ.ପି. ସିଂହ ନାଗରିକମାନଙ୍କୁ ନିବେଦନ କରିଛନ୍ତି। ପୁଲିସ୍‍ ଓ ପ୍ରଶାସନିକ ଅଧିକାରୀମାନେ ସମାଜର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ନିକଟକୁ ଯାଇ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଥିବା ଗୁଜବକୁ ଦୂର କରି ସମାଜକୁ ସଠିକ୍‍ ବାର୍ତ୍ତା ଦେବାପାଇଁ ଅନୁରୋଧ କରୁଛନ୍ତି। ଲକ୍ଷ୍ନୌ ଜିଲ୍ଲା ମାଜିଷ୍ଟ୍ରେଟ୍‍ ଓ ଏସ୍‍.ପି. ଆଜି ଇଦ୍‍ଗା ଯାଇ ସେଠାକାର ମୁସଲମାନ ଧର୍ମଯାଜକମାନଙ୍କୁ ଭେଟି ଶାନ୍ତି ବଜାୟ ରଖିବାପାଇଁ ନିବେଦନ କରିଛନ୍ତି।

ଇତିମଧ୍ୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦଙ୍ଗାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ୍‍ କରିବା ପାଇଁ ପୁଲିସ୍‍ ପଦକ୍ଷେପ ଆରମ୍ଭ କରିଛି। ପୋଡ଼ାଜଳା ଓ ସାଧାରଣ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ସମୁଦାୟ ଆଠ ଶହ ଅଣାଅଶୀ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ସରକାର ‘ସବ୍‍କା ସାଥ୍‍, ସବ୍‍କା ବିକାଶ, ସବ୍‍କା ବିଶ୍ୱାସ’ ଆଧାରରେ ସମାଜର ସବୁବର୍ଗର ଲୋକଙ୍କ ପାଇଁ କାର୍ଯ୍ୟ କରୁଛି। ସମାଜର ବୁଦ୍ଧିଜୀବୀ ଓ ଧର୍ମଯାଜକମାନେ ସ୍ୱତସ୍ଫୂର୍ତ୍ତ ଭାବେ ଆଗେଇ ଆସି ରାଜ୍ୟରେ ଶାନ୍ତି ବଜାୟ ରଖିବାପାଇଁ ପ୍ରଶାସନକୁ ସାହାଯ୍ୟ କରିବାକୁ ସେ ନିବେଦନ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories