www.samajalive.in
Saturday, December 13, 2025
14.1 C
Bhubaneswar

୫କୋଟିରେ ନିର୍ମିତ ଡାକ୍ତରଖାନାକୁ ୧୦ବର୍ଷ ହେଲା କୌଣସି ରୋଗୀ ଆସି ନାହାନ୍ତି

ମୁଜାଫରପୁର: ବିହାରର ମୁଜାଫରପୁର ଅଞ୍ଚଳରେ ନିର୍ମିତ ଏକ ଡାକ୍ତରଖାନାରେ ୧୦ବର୍ଷ ହେଲା କୌଣସି ରୋଗୀ ଚିକିତ୍ସିତ ହୋଇନାହାନ୍ତି। ଚାନ୍ଦପୁରା ଅଞ୍ଚଳରେ ୩୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାକୁ ୫କୋଟି ଟଙ୍କା ବ୍ୟୟରେ ୨୦୧୫ରେ ନିର୍ମାଣ କରାଯାଇଥିଲା। ଡାକ୍ତରଖାନା ନିର୍ମାଣ ହେବା ପରଠାରୁ ଏହା ରୋଗୀ ଚିକିତ୍ସା ଲାଗି କେବେହେଲେ ଖୋଲି ନାହିଁ। କାରଣ ଡାକ୍ତରଖାନା ନିର୍ମାଣ ହେବା ପରେ ଏହାର ଝରକା, କବାଟ, ଗ୍ରିଲ୍‌, ଗେଟ୍‌, ଇଲେକ୍ଟ୍ରି ୱାରିଙ୍ଗ ଓ ଅନ୍ୟାନ୍ୟ ଜିନିଷକୁ ଚୋରମାନେ ଚୋରି କରିନେଇଥିଲେ। ତେଣୁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଏହା ଏବେ ଚୋର, ତସ୍କର ଓ ଅସାମାଜିକଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଛି। ଏ ସମ୍ପର୍କରେ ଅଭିଯୋଗ ହେବାପରେ ଜିଲାପାଳ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଡାକ୍ତରଖାନାରେ ମୁଖ୍ୟ କୋଠା ସହିତ ଗୋଟିଏ କର୍ମଚାରୀଙ୍କ ଆବାସିକସ୍ଥଳ ଓ ଗୋଟିଏ ପରୀକ୍ଷାଗାର ରହିଛି। ଜଣେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏକଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରେ ଡାକ୍ତରଖାନା ଖୋଲିଥିଲେ ମଧ୍ୟ ଏହା କାର‌୍ୟ୍ୟକାରୀ ହୋଇପାରି ନାହିଁ। ଲୋକେ ୫୦କିମି ଦୂର ନିକଟସ୍ଥ ସହରକୁ ଚିକିତ୍ସା ଲାଗି ଯାଉଛନ୍ତି।

Hot this week

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

Related Articles

Popular Categories