Patra electronics

ଜାଣନ୍ତୁ କେଉଁ ରାଶି ପାଇଁ ଦିନଟି ଶୁଭ: ରବିବାର ରାଶିଫଳ

ମେଷ: ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ ନୂତନ ନିଯୁକ୍ତି ପାଇପାରନ୍ତି। ଆୟ ବୃଦ୍ଧି ହେବ। ବୁଧବାର ଓ ଗୁରୁବାର ଜଗିରଖି ଚଳନ୍ତୁ। ଶାରୀରିକ ଅସୁସ୍ଥତା ଦେଖାଦେବ। ଆଘାତପ୍ରାପ୍ତ ହେବେ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।

ବୃଷ: ରବିବାର ଓ ସୋମବାର କର୍ମ ଅନୁସାରେ ଫଳପ୍ରାପ୍ତ କରିବେ। ଧୈର‌୍ୟ୍ୟବାନ ହେବେ। ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ କାର୍ଯ୍ୟଦକ୍ଷତା ବୃଦ୍ଧି ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିପାରନ୍ତି। ଯଶ, ମାନ ବୃଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।

ମିଥୁନ: ରବିବାର ଜଗିରଖି ଚଳିବେ। ବିପଦରେ ପଡ଼ିବେ। ଯାତ୍ରାକାଳୀନ ସମସ୍ୟା ଦେଖାଦେବ। ସୋମବାର ଓ ମଙ୍ଗଳବାର ପ୍ରୀତି ବୃଦ୍ଧି ହେବ। ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ସମ୍ମାନଯୁକ୍ତ ହେବେ। ବୁଧବାର ଓ ଗୁରୁବାର ନୂତନ କାର‌୍ୟ୍ୟ ଆରମ୍ଭ କରିବେ। ଶୁକ୍ରବାର ଓ ଶନିବାର ବୈବାହିକ ସମସ୍ୟା ଦୂର ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ଲଳିତା ସହସ୍ର ନାମ ପାଠ କରନ୍ତୁ।

କର୍କଟ: ରବିବାର କାର୍ଯ୍ୟରେ ସଫଳତା ଲାଭ କରିବେ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ଦୁର୍ଘଟଣାର ସମ୍ମୁଖୀନ ହେବେ। ସାମାନ୍ୟ ଆଘାତ ଲାଗିପାରେ। ବୁଧବାର ଓ ଗୁରୁବାର ଅତୀତର କର୍ମ ପାଇଁ ପଶ୍ଚାତାପ କରିବେ। ଶୁକ୍ରବାର ଓ ଶନିବାର ସମସ୍ୟା ଦୂର ହେବ। ଋଣ ମୁକ୍ତି ପାଇଁ ପ୍ରୟାସ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ଓ ଜଳ ଅର୍ପଣ କରନ୍ତୁ।

ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ପରାସ୍ତ ହେବେ। ମାଲିମକଦ୍ଦମାରେ ବିଜୟୀ ହେବେ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଦ୍ରବ୍ୟ ଚୋରି ହୋଇପାରେ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପ୍ରାପ୍ତି ହେବ। କ୍ୟାରିୟର ପ୍ରତି ଯତ୍ନଶୀଳ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା: ରବିବାର ଓ ସୋମବାର ସନ୍ତାନ ସୁଖ ଲାଭ ହେବ। ବନ୍ଧୁଙ୍କ ଠାରୁ ସହଯୋଗ ପ୍ରାପ୍ତି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳତା ପରିଲକ୍ଷିତ ହେବ। ନୂତନ ଦ୍ରବ୍ୟ କ୍ରୟ କରିବେ। ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ସମ୍ମାନ ହାନି ଘଟିପାରେ। ଅଯଥା ବିବାଦରେ ପଡ଼ିପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଶ୍ରୀଯୁକ୍ତ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ତ୍ରିପୁରା ସୁନ୍ଦରୀଙ୍କ କବଚ ପାଠ କରନ୍ତୁ।

ତୁଳା: ରବିବାର ଓ ସୋମବାର ଅଟକିଥିବା କାର୍ଯ୍ୟ ସାମାନ୍ୟ ପ୍ରଚେଷ୍ଟାରେ ସମାପନ ହେବ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଋଣ ଗ୍ରସ୍ତ ହେବେ। ଶୁକ୍ରବାର ଓ ଶନିବାର ଖେଳକୁଦରେ ଶ୍ରେଷ୍ଠତ୍ବ ଲାଭ କରିବେ। ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତି ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବ ସହସ୍ରନାମ ପାଠ କରନ୍ତୁ।

ବିଛା: ରବିବାର ଓ ସୋମବାର ସାବଧାନତା ଲୋଡ଼ା। ଦ୍ରବ୍ୟ ଚୋରି ହୋଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ନୂତନ ଯୋଜନା ପ୍ରସ୍ତୁତ କରିବେ। ବାଣିଜ୍ୟରେ ସଫଳତା ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିପାରନ୍ତି। ଶତ୍ରୁ ଦ୍ବାରା ପରାଭୂତ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।

ଧନୁ: ରବିବାର ଓ ସୋମବାର ଜଗିରଖି ଚଳିବେ। ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରି​ବେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ସମୟ ଅନୁକୂଳ ରହିବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଯଶ, ମାନ ଓ ଗୌରବର ଅଧିକାରୀ ହେବେ। ଶୁକ୍ରବାର ଓ ଶନିବାର ଅଯଥା ବିବାଦରେ ଛନ୍ଦି ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀଦୁର୍ଗାଷ୍ଟକ ପାଠ କରନ୍ତୁ।

ମକର: ରବିବାର ଓ ସୋମବାର ଅର୍ଥଲାଭ ହେବ। ଆୟ ବୃଦ୍ଧି ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମ ବନ୍ଧନ ଯୋଗ ସୃଷ୍ଟି ହେବ। ପାରିବାରିକ ଅଶାନ୍ତି ଦେଖାଦେବ। ଦୂରଦେଶକୁ ପରିଭ୍ରମଣର ଯୋଗ ରହିଛି। ଶୁକ୍ରବାର ଓ ଶନିବାର ଭ୍ରାତୃ ବିବାଦ ଦେଖାଦେବ। ଶତ୍ରୁଠାରୁ ଦୂରେଇ ରହିବା ଭଲ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶନି କବଚ ପାଠ କରନ୍ତୁ।

କୁମ୍ଭ: ରବିବାର ଓ ସୋମବାର ଜଗିରଖି ଚଳିବେ। ଆର୍ଥିକ ଅନଟନ ଦେଖା ଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ବନ୍ଧୁଙ୍କ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବେ। ସ୍ତ୍ରୀଙ୍କ ସହଯୋଗ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶିବଙ୍କ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

ମୀନ: ରବିବାର ଓ ସୋମବାର କର୍ମକ୍ଷେତ୍ର ବ୍ୟାପକ ହେବ। ନୂତନ ନିଯୁକ୍ତି ମିଳିପାରେ। ମଙ୍ଗଳବାରଠାରୁ ଗୁରୁବାର ପର‌୍ୟ୍ୟନ୍ତ ସମୟ ପ୍ରତିକୂଳ ରହିବ। ଦୂରଯାତ୍ରା ମନା। ଯାନବାହନ ଜନିତ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଶ୍ରୀ ଯୁକ୍ତ ହେବେ। ନୂତନ ଭୂମି ଲାଭ ହେବ। ବନ୍ଧୁଙ୍କ ଗହଣରେ ସମୟ ବିତିବ। ମହିଳା ଓ ବିଦ୍ୟାର୍ଥୀଙ୍କୁ ମଧ୍ୟମ ଫଳ ପ୍ରାପ୍ତି ହେବ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ।

Comments are closed.