www.samajalive.in
Thursday, December 11, 2025
27.1 C
Bhubaneswar

ପଲିଗ୍ରାଫ୍‌ ପରୀକ୍ଷାରେ ମତ ବଦଳାଇଲା ସଞ୍ଜୟ; ‘ମୃତଦେହ ଦେଖି ଦୌଡି ପଳାଇଥିଲି’

କଲକାତା: ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଏକମାତ୍ର ଅଭିଯୁକ୍ତଭାବେ ସଞ୍ଜୟ ରାୟକୁ ଗିରଫ କରାଯାଇଛି। ଅଗଷ୍ଟ ୨୫ରେ ସିବିଆଇ ପକ୍ଷରୁ ସଞ୍ଜୟଙ୍କ ପଲିଗ୍ରାଫ୍‌ ପରୀକ୍ଷା କରାଯାଇଥିବାବେଳେ ଏହାର ରିପୋର୍ଟ ସାମନାକୁ ଆସିଛି। ସୂଚନାଯୋଗ୍ୟ ଅଗଷ୍ଟ ୧୦ରେ ଗିରଫ ହେବା ସମୟରେ ମହିଳା ଡାକ୍ତରଙ୍କୁ ହତ୍ୟା କରିଥିବା ସଞ୍ଜୟ ସ୍ବୀକାର କରିଥିଲା। ତେବେ ପଲିଗ୍ରାଫ୍‌ ପରୀକ୍ଷାରେ ସେ ବିପରୀତ ମନ୍ତବ୍ୟ ଦେଇଥିବା ଜଣାପଡିଛି। ସଞ୍ଜୟଙ୍କ କହିବା ଅନୁଯାୟୀ ଆର.ଜି.କର ମେଡିକାଲ କଲେଜ ସେମିନାର ହଲରେ ମହିଳା ଡାକ୍ତରଙ୍କ ମୃତଦେହ ଦେଖିବା ପରେ ସେ ଭୟଭୀତ ହୋଇ ଦୌଡି ପଳାଇଥିଲା। ତେଣୁ ବଳାତ୍କାର କିମ୍ବା ହତ୍ୟା ପଛରେ ତାହାର ହାତ ନଥିବା ସଞ୍ଜୟ କହିଛି। ସେମିନାର ହଲକୁ ପ୍ରବେଶ କରୁଥିବାର ପ୍ରମାଣ ସିସିଟିଭି ଫୁଟେଜରୁ ମିଳିବା ପରେ ସଞ୍ଜୟକୁ ଗିରଫ କରାଯାଇଥିଲା।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories