www.samajalive.in
Monday, December 8, 2025
24.1 C
Bhubaneswar

ପାକ୍‌ ଖେଳାଳିଙ୍କ ସହ ହାତ ମିଳାଇଲେ ନାହିଁ ଭାରତୀୟ ଖେଳାଳି

ଦୁବାଇ: ଏସିଆ କପରେ ପାକିସ୍ତାନ ବିରୋଧରେ ବିଜୟକୁ ଭାରତୀୟ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଛି । ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ବିଜୟକୁ ସଶସ୍ତ୍ର ବାହିନୀକୁ ଉତ୍ସର୍ଗ କରାଯାଇଥିବା କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଆମେ ପହଲଗାଓଁ ପୀଡିତଙ୍କ ପରିବାର ସହିତ ଛିଡା ହୋଇଛୁ । ଆମର ଏକତା ପ୍ରକାଶ କରୁଛୁ, ଆଶା କରୁଛୁ ଯେ ଆମ ଦେଶର ବୀର ଯବାନମାନେ ଆମକୁ ସବୁବେଳେ ପ୍ରେରଣା ଦେଇ ଚାଲିଥିବେ । ଏହି ମ୍ୟାଚରେ ଅନେକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଏକ କ୍ରିକେଟ୍‌ ମ୍ୟାଚ୍‌ ପରେ ପଡ଼ିଆରେ ଉଭୟ ଦଳର ଖେଳାଳି ହାତ ମିଳାଇଥାଆନ୍ତି। ହେଲେ ରବିବାର ଏହାର ବ୍ୟତିକ୍ରମ ଦେଖା ଯାଇଥିଲା। ଏସିଆ କପ୍‌ରେ ରବିବାର ପାକିସ୍ତାନକୁ ଭାରତ ସହଜରେ ପରାସ୍ତ କରିବା ପରେ ପାକିସ୍ତାନ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ହାତ ମିଳାଇବାକୁ ମନା କରି ଦେଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବିଜୟସୂଚକ ଛକାମାରିବା ପରେ ସେ ଓ ଶିବମ୍ ଦୁବେ ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇ ଡଗ୍‌ଆଉଟ୍‌କୁ ଚାଲି ଯାଇଥିଲେ। ଭାରତୀୟ ଦଳର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବା ପାଇଁ ଆସିନଥିଲେ। ପାକିସ୍ତାନ ଅଧିନାୟକ ସଲ୍‌ମାନ ଆଗା ଓ ପ୍ରଶିକ୍ଷକ ମାଇକ୍‌ ହେସନ୍ ଭାରତୀୟ ଡଗ୍‌ଆଉଟ୍‌ ପାଖକୁ ଆସି ହାତ ମିଳାଇବାକୁ ଚାହିଁଥିଲେ ମଧ୍ୟ ଭାରତୀୟ ଖେଳାଳି ସେମାନଙ୍କ ଆଡ଼ ଆଖିରେ ମଧ୍ୟ ଚାହିନଥିଲେ। ଟସ୍‌ ପଡ଼ିବା ବେଳେ ମଧ୍ୟ ସୂର୍ଯ୍ୟକୁମାର ପାକ୍‌ ଅଧିନାୟକ ସଲ୍‌ମାନଙ୍କ ସହ ହାତ ନଥିଲେ। ମ୍ୟାଚ୍‌ ପୂର୍ବରୁ ସୂର୍ଯ୍ୟକୁମାର ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ କହି ଦେଇଥିଲେ ଯେ ସଲ୍‌ମାନଙ୍କ ସହ ହାତ ମିଳାଇବେ ନାହିଁ। ଭାରତୀୟ ଖେଳାଳି ପାକିସ୍ତାନ ଖେଳାଳିଙ୍କ ସହ ହାତ ନ ମିଳାଇବାରୁ ସ୍ପଷ୍ଟ ଯେ ପହଲଗାଓଁରେ ପାକ୍ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର କ୍ରୋଧ ଓ କ୍ଷୋଭ ସେମାନଙ୍କ ମନରେ ଅଛି। ଆତଙ୍କବାଦୀ ୨୬ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ହତ୍ୟା କରିବା କଥା ସେମାନେ ଭୁଲିନାହାନ୍ତି। ଏସିଆ କପ୍‌ ପୂର୍ବରୁ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ସଲ୍‌ମାନଙ୍କ ସହ ସୂର୍ଯ୍ୟକୁମାର ହାତ ମିଳାଇ ନଥିଲେ।

- Advertisement -

ସେହିପରି ମ୍ୟାଚ ଶେଷ ହେବା ପରେ ବି ପଡିଆରେ ଉଭୟ ଦେଶର ଖେଳାଳି ପରସ୍ପର ସହିତ ହାତ ମିଳାଇନଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପହଲଗାଓଁ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମସୀମାରେ ପହଞ୍ଚିଛି । ଯାହାର ଆଉ ଏକ ଝଲକ ଏସିଆ କପରେ ଦେଖିବାକୁ ମିଳିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories