www.samajalive.in
Friday, December 5, 2025
20.1 C
Bhubaneswar

ସିଏଏ, ଏନଆରସି ଉପରେ ଆଲୋଚନା ହୋଇନି:ମମତା

ଭୁବନେଶ୍ବର : ପୂର୍ବାଞ୍ଚଳ ରାଜ୍ୟ ପରିଷଦ ବୈଠକରେ ନାଗରିକ ସଂଶୋଧନ ଆଇନ(ସିଏଏ)ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ଉପରେ କୌଣସି ଆଲୋଚନା ହୋଇନଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ଦିଲ୍ଲୀ ଦଙ୍ଗା ଏକ ଦୁଃଖଦ ଘଟଣା। ସାରା ଦେଶରେ କିଭଳି ଶାନ୍ତି ବଜାୟ ରହିବ ସେ ନେଇ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ, ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏ ନେଇ ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ପ୍ରସଙ୍ଗ ନୁହେଁ।

ମମତା କହିଛନ୍ତି, ବୈଠକରେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇଥିଲି। କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ଫଣି ଓ ବୁଲବୁଲରେ କ୍ଷୟକ୍ଷତି ପାଇଁ ପଶ୍ଚିମବଙ୍ଗକୁ ସହାୟତା ପ୍ରଦାନ କରିନାହାନ୍ତି। ଏବାବଦରେ ୫୦ହଜାର କୋଟି ଟଙ୍କା ବକେୟା ପଡ଼ିଛି। ଏଥିସହ ଜିଏସଟି କ୍ଷତିପୂରଣ ମଧ୍ୟ ମିଳିନି।

- Advertisement -

କୋଇଲା ରୟାଲିଟି ସଂଶୋଧନ ଏବଂ ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ପ୍ରସ୍ତାବ ଆଧାରରେ ବୈଠକରେ ସେ କହିଥିବା ପ୍ରକାଶ କରିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories