www.samajalive.in
Saturday, December 6, 2025
26.1 C
Bhubaneswar

ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ : ଭାରତ ପାଇଁ ଅଗ୍ନିପରୀକ୍ଷା

ଖ୍ରୀଷ୍ଟଚର୍ଚ୍ଚ : ଭାରତ ବିପକ୍ଷ ଦିନିକିଆ ସିରିଜ୍‌କୁ ୩-୦ରେ ପୋଛିନେବା ପରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍‌ରେ ମଧ୍ୟ ତା’ର ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରଖିଥିଲା। ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତଠାରୁ ଢେର ଭଲ ପ୍ରଦର୍ଶନ କରି ପ୍ରଥମ ଟେଷ୍ଟକୁ ୧୦ ୱିକେଟରେ ଜିତି ୧-୦ରେ ଆଗୁଆ ହୋଇଛି ନ୍ୟୁଜିଲାଣ୍ଡ। ଏହାସହ ନ୍ୟୁଜିଲାଣ୍ଡ ନିଶ୍ଚିତ କରିଛି ଯେ ଟେଷ୍ଟ ସିରିଜ୍‌ରେ ଏହାର ପରାଜୟ ଅସମ୍ଭବ। ତଥାପି ୨ୟ ​ଟେଷ୍ଟକୁ ଜିତି; ଅଥବା ଅତିକମ୍‌ରେ ଏହି ଟେଷ୍ଟମ୍ୟାଚ୍‌କୁ ଡ୍ର ରଖି ସିରିଜ୍ ହାତେଇବାକୁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ। ଅନ୍ୟପକ୍ଷରେ ସିରିଜ୍‌ ପରାଜୟରୁ ବଞ୍ଚିବା ଲାଗି ଭାରତ ପାଇଁ ଏକମାତ୍ର ରାସ୍ତା ହେଉଛି ଶନିବାରଠାରୁ ଆରମ୍ଭ ହେଉଥିବା ୨ୟ ଟେଷ୍ଟମ୍ୟାଚ୍‌କୁ ଜିତିବା। ଆଇସସି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଆରମ୍ଭହେବା ପରଠାରୁ ଭାରତ କ୍ରମାଗତ ୭ଟି ଟେଷ୍ଟମ୍ୟାଚ୍‌କୁ ବଡ଼ ବ୍ୟବଧାନରେ ଜିତି ଚମ୍ପିଆନ୍‌ସିପ୍ ଟେବୁଲର ଶୀର୍ଷରେ ରହିଛି। ତେବେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟରେ ଭାରତଠାରୁ ଢେର୍ ଶକ୍ତିଶାଳୀ ପ୍ରମାଣିତ ହୋଇଥିଲା। ୨ୟ ଟେଷ୍ଟକୁ ଜିତି ସିରିଜ୍‌କୁ ଡ୍ର ରଖିବା ଲାଗି ଭାରତକୁ ତା’ର ପ୍ରଦର୍ଶନର ମାନକୁ ବହୁତ ଉପରକୁ ଉଠାଇବାକୁ ପଡ଼ିବ।
ଏହି ଟେଷ୍ଟମ୍ୟାଚ୍ ପୂର୍ବରୁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ଚୂଡ଼ାନ୍ତ ଏକାଦଶ ବାଛିବା ନେଇ ଚିନ୍ତାରେ ପଡ଼ିଛନ୍ତି। ଆର୍. ଅଶ୍ବିନ୍ ୩ଟି ୱିକେଟ ନେଇଥିଲେ ହେଁ ଉଭୟ ଇନିଂସରେ ବ୍ୟାଟିଂରେ ସେ ବିଫଳ ହେବାକୁ ନେଇ ଦଳ ମ୍ୟାନେଜମେଣ୍ଟ ଚିନ୍ତିତ। ତେଣୁ ଅଶ୍ବିନଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ଖେଳାଇବା କଥା ଭାରତ ଚିନ୍ତା କରୁଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଦଳକୁ ନିଲ୍‌ ୱାଗ୍‌ନର ଫେରିବା ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ ହୋଇଯାଇଛି। ବାମହାତି ଫାଷ୍ଟବୋଲର ୱାଗ୍‌ନର ଆଇସିସି ଟେଷ୍ଟ ମାନ୍ୟତାରେ ୨ନଂ ବୋଲର ଏବଂ ଭଲ ଫର୍ମରେ ଅଛନ୍ତି। ତାଙ୍କ ବଦଳ ଖେଳାଳି ଭାବେ ପ୍ରଥମ ଟେଷ୍ଟ ଖେଳିଥିବା କାଏଲ୍‌ ଜେମିସନ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କୁ ବସାଇବା କଷ୍ଟକର। ତେଣୁ ବାମହାତି ସ୍ପିନର ଆଜାଜ୍ ପଟେଲଙ୍କ ସ୍ଥାନରେ ୱାଗ୍‌ନର ଖେଳିବାର ବହୁତ ସମ୍ଭାବନା ରହିଛି। ପୁଣି ୱେଲିଂଟନ୍‌ର ପିଚ୍ ଫାଷ୍ଟବୋଲରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ କରା ଯାଇଥିବା ବେଳେ ୫ ଜଣ ପେସ୍ ବୋଲରଙ୍କୁ ନେଇ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍ ଖେଳିପାରେ। ଭାରତୀୟ ପେସ୍ ବୋଲରଙ୍କୁ ସର୍ଟ ପିଚ୍‌ ବୋଲିଂ କରିବା ବଦଳରେ ଗୁଡ୍‌ଲେଙ୍ଗ୍‌ଥରେ ବୋଲିଂ କରିବାକୁ ପଡ଼ିବ। ଖାଲି ସେତିକି ନୁହେଁ; ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ଦ୍ବିତୀୟ ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଖେଳିପାରିବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶୁକ୍ରବାର ଭାରତୀୟ ଦଳ ଅଭ୍ୟାସ କରିଥିବା ବେଳେ ଈଶାନ୍ତ ଡାହାଣ ଗୋଇଠିରେ ଯନ୍ତ୍ରଣାଜନିତ କାରଣରୁ ଅଭ୍ୟାସ କରିପାରିନଥିଲେ। ଯଦି ଈଶାନ୍ତ ଫିଟ୍‌ ଘୋଷିତ ନ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ଉମେଶ ଯାଦବ ଓ ନବଦୀପ ସୈନିଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ଉପରେ ନଜର ରହିଛି। ତେବେ ପୃଥ୍ବୀ ସ’ ଦ୍ବିତୀୟ ଟେଷ୍ଟରେ ଖେଳିବେ ବୋଲି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଶୁକ୍ରବାର ସ୍ପଷ୍ଟ କରି ଦେଇଛନ୍ତି। ପୃଥ୍ବୀଙ୍କ ବାମ ପାଦ ଫୁଲି ଯାଇଥିବାରୁ ସେ ଗୁରୁବାର ଦଳ ସହ ଅଭ୍ୟାସ କରିପାରିନଥିଲେ। ବର୍ତ୍ତମାନ ସେ ସଂପୂର୍ଣ୍ଣ ସୁସ୍ଥ ଥିବାରୁ ତାଙ୍କୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳିବାର ସୁଯୋଗ ମିଳିବ ବୋଲି ରବି ଶାସ୍ତ୍ରୀ ସୂଚନା ଦେଇଛନ୍ତି।

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories