www.samajalive.in
Saturday, December 6, 2025
17.1 C
Bhubaneswar

୨୫୦ କୋଟି ଟଙ୍କାର ପ୍ରକଳ୍ପ ସାରିବାକୁ ଲାଗିଲା ୯ ବର୍ଷ: ନିଜ ବିଭାଗର ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଲେ-ଅଧିକାଂଶ ନିକମ୍ମା

ନୂଆଦିଲ୍ଲୀ: ନିଜ ବିଭାଗର କର୍ମଚାରୀଙ୍କ ଉପରେ କେନ୍ଦ୍ର ପରିବହନ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କ୍ଷୁବ୍ଧ । ଏପରିକି ଖୋଲାଖୋଲି ସେମାନଙ୍କୁ ନିକମ୍ମା ବୋଲି ମଧ୍ୟ କହିଛନ୍ତି ଶ୍ରୀ ଗଡ଼କରୀ । ବୁଧବାର ଜାତୀୟ ରାଜପଥ ପ୍ରାଧିକରଣର ଏକ ଅଟ୍ଟାଳିକା ଉଦ୍ଘାଟନ ଅବସରରେ ଭର୍ଚ୍ୟୁଆଲ ସମାବେଶରେ କେନ୍ଦ୍ରମନ୍ତ୍ରୀ ନିଜର କ୍ଷୋଭ ପ୍ରକାଶ କରିବା ସହ ଯେଉଁ ଅଧିକାରୀଙ୍କ ପାଇଁ ଏହି ପ୍ରକଳ୍ପ ବିଳମ୍ବିତ ହୋଇଛି ତାଙ୍କ ଫଟୋ ବନ୍ଧାଇ ଅନ୍ୟ କର୍ମଚାରୀମାନେ ରଖନ୍ତୁ ବୋଲି ବ୍ୟଙ୍ଗ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ୨୫୦ କୋଟିର ଏହି ପ୍ରକଳ୍ପ ୨୦୦୮ ରେ ନିଷ୍ପତ୍ତି ନିଆଯାଇଥିଲା । ଟେଣ୍ଡର ଆହୁରି ୨ ବର୍ଷ ପରେ ଅର୍ଥାତ୍ ୨୦୧୧ ମସିହାରେ ହେଲା ଓ କାର୍ଯ୍ୟ ସାରିବାକୁ ୯ ବର୍ଷ ଲାଗିଗଲା । ଏହାମଧ୍ୟରେ ୨ଟି ସରକାର ବଦଳି ସାରିଛି। ଏନଏଚଏଆଇର ୮ ଜଣ ଅଧ୍ୟକ୍ଷ ବଦଳି ସାରିଛନ୍ତି । ବର୍ତମାନର ଅଧ୍ୟକ୍ଷଙ୍କୁ ମୁଁ ଦୋଷ ଦେବି ନାହିଁ । ମାତ୍ର ୨୦୧୧ରୁ ୨୦୨୦ ମସିହା ପର୍ଯ୍ୟନ୍ତ ଯେଉଁ ମହାନ ବ୍ୟକ୍ତିମାନେ ଏହି କାର୍ଯ୍ୟ ସାରିବାକୁ ୯ ବର୍ଷ ଲଗାଇଲେ ସେମାନଙ୍କ ଫଟୋକୁ ବନ୍ଧାଇ ରଖିବା ଆବଶ୍ୟକ ।

- Advertisement -

ଦିଲ୍ଲୀ ଏବଂ ମୁମ୍ବାଇର ଏକ୍ସପ୍ରେସୱେ  ପ୍ରକଳ୍ପର ଅଟକଳ ପ୍ରାୟ ୧ ଲକ୍ଷ କୋଟି ଟଙ୍କା । ଏହି ପ୍ରକଳ୍ପ ୨ରୁ ୩ ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ଯୋଜନା ହୋଇଛି । ମାତ୍ର ଏନଏଚଏଆଇର ୨୫୦ କୋଟି ଟଙ୍କା ପ୍ରକଳ୍ପ ସାରିବାକୁ ୯ ବର୍ଷ କେମିତି ଲାଗିଲା ବୋଲି ସେ ପ୍ରଶ୍ନ କରିଥିଲେ । ଏଥିପାଇଁ ମୋତେ ଲଜ୍ଜା ଲାଗୁଛି । ଯେଉଁ ଅଧିକାରୀମାନେ ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି ଓ ଜଟିଳତା ସୃଷ୍ଟି କରୁଛନ୍ତି ସେମାନଙ୍କୁ ବିଦା କରିଦେବା ଆବଶ୍ୟକ ବୋଲି କହିଛନ୍ତି ଗଡ଼କରୀ । କେବଳ ସେତିକି ନୁହେଁ ଅଧିକାଂଶ ଅଧିକାରୀ ପଙ୍ଗୁ ହୋଇ ଯାଇଛନ୍ତି । ଯେଉଁମାନେ ଏପରି ବିଳମ୍ବ କରୁଛନ୍ତି ସେ ସମ୍ପର୍କରେ ଅନୁସନ୍ଧାନ କରାଯାଇ ସେମାନଙ୍କ ଫଟୋ ସାର୍ବଜନୀନ କରାଯାଉ ବୋଲି ଶ୍ରୀ ଗଡ଼କରୀ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories