www.samajalive.in
Saturday, December 6, 2025
14.1 C
Bhubaneswar

ମଞ୍ଚ ଉପରେ ଅଚେତ ହେଲେ ନୀତୀନ ଗଡ଼କରୀ: ନିଆଗଲା ଡାକ୍ତରଖାନା

ଅହମଦନଗର: ମହାରାଷ୍ଟ୍ରର ଅହମଦନଗରର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତୀନ ଗଡ଼କାରୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ମଞ୍ଚ ଉପରେ ଗଡ଼କରୀ ଅଚେତ ହୋଇ ପଡ଼ିଥିଲେ। ଏହି ସମୟରେ ତାଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ବିଦ୍ୟାସାଗର ରାଓ ମଧ୍ୟ ମଞ୍ଚାସୀନ ଥିଲେ। ଗଭର୍ଣ୍ଣର ହିଁ ତାଙ୍କୁ ଅଚେତ ଅବସ୍ଥାରେ ପଡ଼ିଯାଉଥିବାବେଳେ ଧରିଥିଲେ। ଗଡ଼କରୀଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା।
ପରେ ନୀତୀନଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‍ କରି ତାଙ୍କ ସ୍ୱାସ୍ଥବସ୍ଥା ଠିକ୍‍ ହୋଇଯାଇଥିବା ସମ୍ପର୍କରେ ସୂଚନା ଦେଇ ସେ ଅନ୍ୟ ଏକ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିଛନ୍ତି ବୋଲି ପ୍ରକାଶ କରାଯାଇଛି।
ଗଡ଼କାରୀ ଅହମଦନଗରସ୍ଥିତ ମହାତ୍ମା ଫୁଲୋ କୃଷି ବିଦ୍ୟାପିଠର ଦିକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଷ୍ଟ୍ରଗାନ ଚାଲିଥିବାବେଳେ ଅନ୍ୟାନ୍ୟ ଅତିଥିଙ୍କ ସହ ଗଡ଼କରୀ ମଧ୍ୟ ଛିଡ଼ା ହୋଇଥିଲେ। ଏହି ସମୟରେ ଗଡ଼କାରୀ ହଠାତ୍‍ ଚେତାହରାଇ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories