www.samajalive.in
Saturday, December 6, 2025
19.1 C
Bhubaneswar

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ ଓ ନିଶିଗନ୍ଧା ସାହିତ୍ୟ ସଂସଦ ପକ୍ଷରୁ ଭର୍ଚୁଆଲ ମୋଡ଼ରେ ସମୀକ୍ଷା ବୈଠକ

ରେଙ୍ଗାଲିକ୍ୟାମ୍ପ : ନିଶିଗନ୍ଧା ଜନ୍ମ ଉତ୍ସବ ତଥା ନୂତନ ଭାବରେ ଖୋଲିଥିବା ତିନୋଟି ୱେବସାଇଟର ପରିଚାଳନା ପାଇଁ ଗତ ୧୯ ତାରିଖରେ ନିଶିଗନ୍ଧା ପରିବାରର ସମସ୍ତ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ଯେଉଁସବୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା ବା ପ୍ରସ୍ତାବଗୁଡିକ ଆଗତ ହୋଇଥିଲା ତା’ ଉପରେ ଆଜି ସଭାପତି ଡଃ ରଜନୀ ରଞ୍ଜନ ଦାସଙ୍କ ସଭାପତିତ୍ବରେ ଏକ ସମୀକ୍ଷା ବୈଠକ ସନ୍ଧ୍ୟା ୮ଟାରେ ଗୁଗଲ ମିଟ୍ ଜରିଆରେ ଅନୁଷ୍ଠିତ ହୋଇଯାଇଛି।

ରାଜ୍ୟ ସଂଯୋଜକ ଯୁଧିଷ୍ଠିର ମୁଦୁଲିଙ୍କ ପରିଚାଳନାରେ ଆୟୋଜିତ ଏହି ବୈଠକରେ ମୁଖ୍ୟତଃ ୪ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ପ୍ରଥମତଃ ସମସ୍ତେ ସମୟକ୍ଷନୁବର୍ତ୍ତି ହୋଇ ଶୃଙ୍ଖଳା ରକ୍ଷା କରିବା ପାଇଁ ସଭାପତି ଅବଗତ କରାଇଥିଲେ। ପୂର୍ବ ବୈଠକର ସମୀକ୍ଷା ଯେଉଁଥିରେ ନିଷିଗନ୍ଧାର ଚାରିଟି ଜୋନର ସଭାପତି ଓ ସଂଯୋଜକ ମାନେ ନିଜ ନିଜ ଜୋନ ଗୁଡିକରେ ଦେଖାଯାଉଥିବା ସମସ୍ୟା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ନିଶିଗନ୍ଧା ଜନ୍ମଦିବସ ର କାର୍ୟ୍ୟକ୍ରମ ପାଇଁ ଯେଉଁ ବ୍ୟୟ ଅଟକଳ ରହିଛି ତାକୁ ଆଖି ଆଗରେ ରଖି ଆଜୀବନ ସଦସ୍ୟତା, ବାର୍ଷିକ ସଭ୍ୟ ଆଦି ସୂତ୍ରରୁ ଅର୍ଥ ସଂଗ୍ରହ କରିବା ପାଇଁ ପ୍ରତି ଜୋନ ର ସଭାପତି ଓ ସଂଯୋଜକ ମାନେ ନିଶିଗନ୍ଧା ନିୟମ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଵାଧୀନ ଭାବରେ କାର୍ୟ୍ୟ କରିପାରିବେ ବୋଲି ସଭାପତି ପ୍ରକାଶ କରିଥିଲେ। କରୋନା ମହାମାରୀ ଭଳି ପ୍ରତିକୂଳ ପରିସ୍ଥିତିରେ” ଆୟ ଦେଖି ବ୍ୟୟ ” କରିବା, ଯଦି ଆବଶ୍ୟକ ପଡେ କାର୍ୟ୍ୟକ୍ରମକୁ କମ ଖର୍ଚ୍ଚରେ କରିବା ଓ ସମସ୍ତ କର୍ମକର୍ତ୍ତା ମାନେ ନିଜ ନିଜର ସହୃଦୟତାର ସହିତ କିଛି କିଛି ଆର୍ଥିକ ସହାୟତା ଦେଇ କାର୍ୟ୍ୟକ୍ରମକୁ ଆଗେଇ ନେବା ପାଇଁ କାର୍ୟ୍ୟକାରୀ ସମ୍ପାଦିକା ଗିତାଶ୍ରି ପ୍ରିୟମ୍ବଦା କହିଥିଲେ।ସାମ୍ପ୍ରତିକ ପରିସ୍ଥିତିରେ ତାଙ୍କର ପ୍ରସ୍ତାବ କୁ ସମସ୍ତେ ଯୁକ୍ତି ଯୁକ୍ତ ମନେକରି ସମସ୍ତେ ସହମତି ପ୍ରଦାନ କରିଥିଲେ।ଦ୍ବିତୀୟତଃ ନିଶିଗନ୍ଧା ର ନୂତନ ଭାବରେ ଖୋଲିଥିବା ତିନୋଟି ୱେବସାଇଟ ପାଇଁ ୧୮ଟି ବିଷୟ ବସ୍ତୁକୁ ନେଇ ୧୮ ଗ୍ରୁପ ଗଠନ କରାଯାଇ ପ୍ରତି ଗ୍ରୁପ୍ ପାଇଁ ଜଣେ ଲେଖାଏଁ ଏଡ଼ିଟର ଙ୍କୁ ବଛାଯାଇ ତାଙ୍କୁ ଉକ୍ତ ଗ୍ରୁପ୍ ପରିଚାଳନା ର ଦାୟିତ୍ଵ ଦିଆଯାଇଥିଲା।

- Advertisement -

ନିଶିଗନ୍ଧା ଭଳି ଏକ ବିଶାଳ ସାରସ୍ଵତ ସଂଗଠନର ମର୍ୟ୍ୟାଦା ଯେମିତି କ୍ଷୂର୍ଣ୍ଣ ନ ହୁଏ, ସେଥିପ୍ରତି ଦୃଷ୍ଟିଦେଇ କାମ କରିବା ପାଇଁ ପ୍ରତିଷ୍ଠାତା ଶ୍ରୀ ବଳରାମ ତରାଇ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ରାଜ୍ୟ ବିଚାରକ ଶ୍ରୀ କୈଳାଶ ଚନ୍ଦ୍ର ପଟ୍ଟନାୟକ ମୁଖପତ୍ର ର ସଂଶୋଧନ ରେ ଯେଉଁ ସବୁ ଅସୁବିଧା ବା ତ୍ରୁଟି ଅନୁଭବ କରିଥିଲେ ତାକୁ ଉପସ୍ଥାପନ କରି ସେଗୁଡ଼ିକର ସମାଧାନ ପାଇଁ ସମସ୍ତଙ୍କ ମତାମତ ଗ୍ରହଣ କରି ସେଇ ଅନୁରୂପେ କାର୍ୟ୍ୟ ଆଗକୁ ବଢ଼ାଇବା ପାଇଁ ସ୍ଥିର କରିଥିଲେ। ଏହି ବୈଠକରେ ରାଜ୍ୟ ଉପ ସଭାପତି ଆଡଭୋକେଟ ଚିତ୍ର ରଞ୍ଜନ ନନ୍ଦ, ରାଜ୍ୟ ପୃଷ୍ଠା ପୋଷାକ କରୁଣାକର ମଲ୍ଲିକ, ମୁଖ୍ୟ ସମ୍ପାଦିକା ସରସ୍ବତୀ ନାଏକ, ପର୍ୟ୍ୟବେକ୍ଷକ ଡଃ ଦେବି ପ୍ରସାଦ ମିଶ୍ର, ଗଣେଶ ଚନ୍ଦ୍ର ଜେନା, ଅର୍ଚ୍ଚନା ଦାସ, ପୁଷ୍ପଲତା ସାହୁ, ଜ୍ୟୋତିରଂଜନ ଦାସ, ହରିହର ଭୁକ୍ତା, ନୀଳମଣି ଥାପା, ଭଗବାନ ଓତା, ମମତା ସାହୁ, ନିରଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଗଠନ ସମ୍ପାଦିକା ଅନସୂୟା ଦେବତା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories