www.samajalive.in
Monday, December 8, 2025
27.1 C
Bhubaneswar

ଆରଡି: ବାତ୍ୟା ୟସ ପ୍ରଭାବରେ ଲାଗି ରହିଛି ପବନବର୍ଷା, ପହଞ୍ଚିଲେ ଓଡ୍ରାଫ ଓ ଅଗ୍ନଶମ ବାହିନୀ

ଆରଡି: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହୋଇଛି। ସୋମବାର ସକାଳୁ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ରେ ଏହା ପାରାଦୀପ ଓ ସାଗରଦୀପ ମଧ୍ଯରେ ସ୍ଥଳଭାଗ ଛୁଇଁବ। ଗତ ୫ଦିନ ହେଲା ଏସ.ଆରସି ଘନଘନ ବୈଠକ କରିବା ସହ ଉପକୂଳବର୍ତ୍ତୀ ଜିଲାପାଳଙ୍କ ସହ ଆଲୋଚନା ଜାରୀ ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥିତି ପରଖିବା ସହ ସଜାଗ ରହିବାକୁ ଚାନ୍ଦବାଲି ବିଡିଓ ଓ ତହସିଳିଦାରଙ୍କ ସହ ଜିଲାପାଳ ଆଲୋଚନା ଜାରୀ ରଖିଛନ୍ତି। ଅନ୍ୟ ପକ୍ଷରେ ବାତ୍ୟା ୟସ ପ୍ରଭାବରେ ଏବେ ଜୋରରେ ପବନ ବହିବା ସହିତ ତୁହାକୁତୁହା ବର୍ଷା ଲାଗି ରହିଛି। ଏପରିକି ବିଭିନ୍ନ ବାତ୍ଯା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟଗୃହ ପ୍ରସ୍ତୁତ ରହିଥିବା କହିଛନ୍ତି ଚାନ୍ଦବାଲି ବିଡିଓ ଜ୍ଯୋତିବିକାଶ ଦାସ, ଜିଲାପାଳ ଭର୍ଚୁଆଲ ବୈଠକ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ବ୍ଲକର ତହସିଲିଦାର ଓ ବିଡିଓ ଓ ଅନ୍ୟାନ୍ୟ ପ୍ରଦାଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ଏପଟେ ବାତ୍ୟା ଅଧିକ ପ୍ରଭାବିତ ଆଶଙ୍କା କରି ଚାନ୍ଦବାଲି ଓ ଆରଡି ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି ତହସିଲିଦାର ଓ ବିଡିଓ। ବିଶେଷକରି ୨୬ରେ ପୂର୍ଣ୍ଣିମାତିଥି ଥିବାରୁ ଉଚ୍ଚ ଲୁଣାଜୁଆର ଉଠିବ ବୋଲି ଆଶଙ୍କା ରହିଥିଲେ ମଧ୍ୟ ଅନେକ ସ୍ଥାନରେ ନଦୀବନ୍ଧ ମୁକୁଳା ପଡିଛି।

ସୋମବାର ଅପରାହ୍ଣ ସୁଧା , ଚାନ୍ଦବାଲି ଓ ଆରଡିରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହୀନ ପହଞ୍ଚି ସାରିଛନ୍ତି। ଆଜି ନଦୀକୂଳିଆ ଓ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ ଶ୍ରୀ ଦାସ କହିଛନ୍ତି। ଲୋକମାନଙ୍କ ଆଶ୍ରୟ ପାଇଁ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତରେ ୨ଟି ବାତ୍ଯାଆଶ୍ରୟସ୍ଥଳୀ ସହ ୧୨ଗୋଟି ବିଦ୍ୟାଳୟକୁ ପ୍ରସ୍ତୁତ ରଖାଯାଇଛି। ସେଠାରେ ଆଲୋକ, ପାନୀଜଳ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଥିବା ଦାୟିତ୍ବରେ ଥିବା ଆରଡି ରାଜସ୍ବ ନୀରିକ୍ଷକ ଦେବାଷିଶ ରାୟ ପ୍ରକାଶ କରିଛନ୍ତିା

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories