www.samajalive.in
Sunday, December 7, 2025
14.1 C
Bhubaneswar

ବରପାଲିରେ ପୁଲିସର ଧରପଗଡ଼: ବିପୁଳ ପରିମାଣର ରନ୍ଧାମଦ ଓ ବ୍ୟବହୃତ ସାମଗ୍ରୀ ଜବତ

ବରପାଲି଼: ବରପାଲି ବ୍ଲକ ସିମାନ୍ତ ଗାଁ ମାନଙ୍କରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶିମଦ ରନ୍ଧାଯାଉଥିବା ସ୍ଥାନଗୁଡ଼ିକରେ ପୁଲିସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ବିପୁଳ ପରିମାଣର ରନ୍ଧାମଦ ଓ ବ୍ୟବହୃତ ସାମଗ୍ରୀ ଜବତ ହୋଇଯାଯାଇଛି। ବର୍ତ୍ତମାନ କରୋନା ଜନିତ ସରକାରୀ ତାଲାବନ୍ଦର ସୂଯୋଗ ନେଇ ମାଫିଆମାନେ ବ୍ଲକର ବିଭିନ୍ନ ଗ୍ରାମରେ କାର୍ଯ୍ୟକ୍ରମକୁ ଅଗ୍ରଧିକାର ଦେଇ ବେଆଇନ କାରବାର ବେଫିକର ଭାବରେ ଚଳାଇ ଆସୁଛନ୍ତି। ବିଶ୍ବସ୍ତ ସୂତ୍ରରୁ ଖବରପାଇ ଥାନାଧିକାରୀ ରୋଜାଲିନ ପଟେଲଙ୍କ ନେତୃତ୍ୱରେ କନବାର ଗାଁର ବଣବୁଦା ଅଞ୍ଚଳ, ନଈନାଳ ଲୁକ୍କାୟିତ ସ୍ଥାନ, ଚାଷଜମି, ସନ୍ତସନ୍ତିଆ ବୁଣୁଆ ଅଞ୍ଚଳ ଉପରେ ଅତର୍କିତ ଚଢ଼ାଉ କରାଯାଇଥିଲା। ପୁଲିସକୁ ଅନେକ ସଫଳତା ମିଳିଥିଲେ ସୁଦ୍ଧା ଦେଶୀମଦ ରନ୍ଧା କାର୍ଯ୍ୟରେ ଲିପ୍ତଥିବା କର୍ମଚାରୀ ମାନଙ୍କୁ ଧରିବାରେ ଅସଫଳ ହୋଇଥିବା ଜଣାପଡ଼ିିଥିଲା। ପୋଲିସ ବିଭିନ୍ନ ·ଷଜମି ଓ ବଣବୁଦା ମଧ୍ୟରୁ ଶହଶହ ଲିଟର ମଦ ଓ ୧୫୦୦ କେଜି ରନ୍ଧନ ପାଇଁ ପ୍ରସ୍ତୁତ ରଖାଯାଇଥିବା ପୋଚ ଏବଂ ୨୧୦କେଜି ଶୁଖିଲା ମହୁଳ ଜବଦ ସହ ବ୍ୟବହୃତ ହେଉଥିବା ଆଲୁମିନିୟମ ଡ଼େକଚି ପ୍ଲାଷ୍ଟିକ ପାଇପ ପ୍ରଭୃତି ଜବତ କରିଥିଲା। ସେହିପରି ରନ୍ଧାଶାଳାଗୁଡ଼ିକ ଭାଙ୍ଗି ଦେଇଥିବା ବେଳେ ବ୍ୟବହୃତ ରବର ପାଇପ, ପ୍ଲାଷ୍ଟିକ ଜରି, ମାଟି ହାଣ୍ଡି ଭାଙ୍ଗି ଦେଇଥିଲେ। ସୂଚନାନୁଯାୟୀ ଲକଡ଼ାଉନ ଜାରି ହୋଇଥିବା ବେଳେ ମଦ ବେପାରିଙ୍କ କାରବାର ଚାଲିଥିବା ପୁଲିସ ନିକଟରେ ଖବର ପହଞ୍ଚିଥିଲା। ପୂର୍ବରୁ ପୁଲିସ ବହୁବାର ଚେଷ୍ଟା କରିଥିଲେ ମଧ୍ୟ ଅସଲ ବେପାରୀମାନଙ୍କୁ ଧରିବାରେ ଅସଫଳ ହୋଇଥିଲା। ସେହିପରି ବରପାଲି ବ୍ଲକ ରକ୍ସା ଗ୍ରାମରେ ପୁଲିସ ଓ ସ୍ଥାନୀୟ ଗାଁବାଲାଙ୍କୁ ନେଇ ମଦବନ୍ଦ ପାଇଁ ଏକ ଶାନ୍ତି ଆଲୋଚନା ମଧ୍ୟ ହୋଇଥିଲା। ଆଲୋଚନା ବେଳେ ଗାଁବାଲା କରୋନାର ପ୍ରକୋପ ଓ ଅଞ୍ଚଳର ମାନ ସମ୍ମାନକୁ ଦୃଷ୍ଟିକୁ ଆଣି ଆଗାମୀ ଦିନରେ କେହି ମଦ କାରବାରରେ ଲିପ୍ତ ନହେବା ପାଇଁ ସଂକଳ୍ପ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories