www.samajalive.in
Saturday, December 13, 2025
26.1 C
Bhubaneswar

‘୮୩’: ରୋଜର ବିନ୍ନୀଙ୍କ ଲୁକ୍‌ରେ ନିଶାନ୍ତ

ମୁମ୍ବଇ: କବୀର ଖାନଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ‘୮୩’ରୁ ଲୋକପ୍ରିୟ ଭାରତୀୟ କ୍ରିକେଟ୍‍ ଅଲ୍‍ ରାଉଣ୍ଡର ରୋଜର ବିନ୍ନୀଙ୍କ ଭୂମିକାରେ ଅଭିନେତା ନିଶାନ୍ତ ଦହିୟାଙ୍କ ପ୍ରଥମ ଲୁକ୍‍ ଶୁକ୍ରବାର ସାମ୍ନାକୁ ଆସିଛି। ପୋଷ୍ଟରରେ ନିଶାନ୍ତ ଅବିକଳ ରୋଜରଙ୍କ ଭଳି ଦେଖାଯାଉଛନ୍ତି। କବୀର ଖାନ୍‍ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ଏହା ସହିତ ସେ ଲେଖିଛନ୍ତି, “୧୯୮୩ କ୍ରିକେଟ ବିଶ୍ୱକପ୍‍ରେ ସର୍ବାଧିକ ୱିକେଟ୍‍ ନେଇଥିବା, ଏହି ଡେଙ୍ଗା ଚଉଡ଼ା ଅଲ୍‍ ରାଉଣ୍ଡର ସେତେବେଳେ ଆସିଥିଲେ ଯେତେବେଳେ ଦେଶକୁ ତାଙ୍କର ଆବଶ୍ୟକତା ଥିଲା। ରୋଜର ବିନ୍ନୀଙ୍କୁ ଭେଟନ୍ତୁ”।

https://www.instagram.com/p/B7aP9-4Ak7X/?utm_source=ig_web_copy_link

- Advertisement -

ସୂଚନାଯୋଗ୍ୟ, ପୂର୍ବରୁ କୀର୍ତ୍ତି ଆଜାଦଙ୍କ ଭୂମିକାରେ ଦିନକର ଶର୍ମା, ସନ୍ଦିପ ପାଟିଲଙ୍କ ଭୂମିକାରେ ଚିରାଗ ପାଟିଲ, ୟଶପାଲ ଶର୍ମାଙ୍କ ଭୂମିକାରେ ଜତିନ ସରନା, ମୋହିନ୍ଦର ଅମରନାଥଙ୍କ ଭୂମିକାରେ ସାକିବ ସଲୀମଙ୍କ ପ୍ରଥମ ଲୁକ୍‍ ଜାରି କରାଯାଇଥିଲା। ଏହା ବ୍ୟତୀତ କେ. ଶ୍ରୀକାନ୍ତଙ୍କ ଭୂମିକାରେ ଜିଭା ଓ ସୁନିଲ ଗାଭାସ୍କରଙ୍କ ଭୂମିକାରେ ତାହିର ରାଜ ଭସୀନଙ୍କ ଲୁକ୍‍ ମଧ୍ୟ ସାମ୍ନାକୁ ଆସିଥିଲା।

ଚଳଚ୍ଚିତ୍ରର ମୁକ୍ତିଲାଭ ତାରିଖ ପାଖେଇ ଆସିବା ସଙ୍ଗେ ସଙ୍ଗେ ନିର୍ମାତା ଚଳଚ୍ଚିତ୍ରର ସମସ୍ତ କଳାକାରଙ୍କ ପ୍ରଥମ ଲୁକ୍‍ ଶେୟାର କରି ପ୍ରଚାର ଆରମ୍ଭ କରିଛନ୍ତି। ‘୮୩’ରେ ରଣବୀର ସିଂହ ମୁଖ୍ୟ ଭୂମିକା ଅର୍ଥାତ୍‍ କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ଦୀପିକା ପାଦୁକୋନ କପିଲଙ୍କ ପତ୍ନୀ ରୋମୀଙ୍କ ଭୂମିକାରେ ନଜର ଆସିବେ। ଚଳିତ ବର୍ଷ ୧୦ ଏପ୍ରିଲରେ ଏହି ଚଳଚ୍ଚିତ୍ର ପରଦାକୁ ଆସିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories