www.samajalive.in
Saturday, December 13, 2025
21.1 C
Bhubaneswar

୨୦୨୫ ସୁଦ୍ଧା ଭାରତରେ ୧୦ ଲକ୍ଷ ନିଯୁକ୍ତି ଦେବ ଆମାଜନ, ପ୍ରତିଶ୍ରୁତି ଦେଲେ ଜେଫ୍‌ ବେଜୋସ୍‌

ନୂଆଦିଲ୍ଲୀ: ଆଗାମୀ ୨୦୨୫ ସୁଦ୍ଧା ଆମାଜନ ଭାରତରେ ୧୦ ଲକ୍ଷ ନିଯୁକ୍ତି ଦେବ। ଆମାଜନ ପ୍ରତଷ୍ଠାତା ଜେଫ ବେଜୋସ ଭାରତରେ ୭ ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ଘୋଷଣା କରିବାର ଦିନକ ପରେ ଏହି ସୂଚନା ଦେଇଛନ୍ତି। ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଏବଂ ଲଜିଷ୍ଟିକ ନେଟୱର୍କ କ୍ଷେତ୍ରରେ ଏହି ଅର୍ଥ ନିବେଶ କରାଯିବ। ନିବେଶ ଜରିଆରେ ଆଗାମୀ ୫ ବର୍ଷ ଭିତରେ ଦେଶରେ ୧୦ ଲକ୍ଷ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ବେଜୋସ କହିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଆମାଜନ କରିଥିବା ନିବେଶରୁ ସୃଷ୍ଟି ହୋଇଥିବା ୭ ଲକ୍ଷରୁ ଅଧିକ ନିଯୁକ୍ତିଠାରୁ ଏହା ଭିନ୍ନ ହେବ ବୋଲି କୁହାଯାଇଛି।

ବେଜୋସ ଗତ ମଙ୍ଗଳବାର ଭାରତରେ ପହଞ୍ଚିଥିଲେ। ବୁଧବାର ସେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଉପରେ ଆୟୋଜିତ ଆମାଜନ ସମ୍ଭବ ସମ୍ମେଳନରେ ଯୋଗଦେଇ କହିଥିଲେ ଯେ, ଏକବିଂଶ ଶତାବ୍ଦୀ ଭାରତୀୟ ଶତାବ୍ଦୀ ନାମରେ ଜଣାଯିବ। ଭାରତରେ କିଛି ସ୍ବତନ୍ତ୍ରତା ରହିଛି। ଆମେ ଭାରତର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ଡିଜିଟାଲ କରିବା ଲାଗି ୭ ହଜାର କୋଟି ଟଙ୍କା ନିବେଶ କରିବୁ। ସେ ଆହୁରି କହିଥିଲେ ଯେ, ଆମାଜନ ବିଶ୍ଵ ସ୍ତରରେ ୨୦୨୫ ସୁଦ୍ଧା ୭୧ ହଜାର କୋଟି ଟଙ୍କାର ମେକ୍‌ ଇନ୍‌ ଇଣ୍ଡିଆ ଉତ୍ପାଦ ଯୋଗାଣ କରିବ। ଏକବିଂଶ ଶତାବ୍ଦୀରେ ଭାରତ-ଆମେରିକା ସମ୍ପର୍କ ସବୁଠାରୁ ମହତ୍ଵପୂର୍ଣ୍ଣ ହେବ।

- Advertisement -

ବେଜୋସଙ୍କ ଘୋଷଣା ପରେ କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଆମାଜନ କୌଣସି ଦୟା କରୁନାହିଁ। ଭାରତରେ ସବୁ ନିବେଶକଙ୍କୁ ସ୍ବାଗତ। କିନ୍ତୁ ନିବେଶ ଆଇନ ଅନୁସାରେ ହେବା ଉଚିତ। ମୋ ମନ୍ତବ୍ୟକୁ ଏହି ଦୃଷ୍ଟିକୋଣରୁ ଦେଖାଯିବା ଉଚିତ ବୋଲି ଗୋୟଲ କହିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories