ଆର୍ଥିକ ସଙ୍କଟରେ ପିଏମ୍‍ସି ବ୍ୟାଙ୍କ୍‍ – ଆରବିଆଇ ସହ କଥା ହେବେ ନିର୍ମଳା

ନୂଆଦିଲ୍ଲୀ: ପଞ୍ଜାବ-ମହାରାଷ୍ଟ୍ର ସମବାୟ ବ୍ୟାଙ୍କ୍‍ କିଭଳି ସ୍ୱାଭାବିକ ରୂପେ କାର୍ଯ୍ୟ ଆରମ୍ଭ କରିବ, ସେ ସଂକ୍ରାନ୍ତରେ ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର୍‍ଙ୍କ ସହ କଥାବାର୍ତ୍ତା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପି.ଏମ୍‍.ସି. ବ୍ୟାଙ୍କ୍‍ର ପୁଞ୍ଜି ନିବେଶକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପି.ଏମ୍‍.ସି. ବ୍ୟାଙ୍କ୍‍ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।ଗୁରୁବାର ଅପରାହ୍ଣରେ ଅର୍ଥମନ୍ତ୍ରୀଙ୍କୁ ବ୍ୟାଙ୍କ୍‍ର କିଛି ଗ୍ରାହକ ମୁମ୍ବାଇରେ ସାକ୍ଷାତ୍‍ କରିଛନ୍ତି। ସେମାନଙ୍କ ସହ କଥାବାର୍ତ୍ତା ପରେ ସାମ୍ବାଦିକମାନଙ୍କୁ ଏ ବିଷୟରେ ସୂଚନା ଦେଇ ସୀତାରମଣ କହିଛନ୍ତି, ରିଜର୍ଭ ବ୍ୟାଙ୍କ୍‍ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛି; କିନ୍ତୁ ସେ ଗ୍ରାହକମାନଙ୍କର ଦୁର୍ଦ୍ଦଶା ବିଷୟରେ ରିଜର୍ଭ ବ୍ୟାଙ୍କ୍‍ ସହ ଆଲୋଚନା କରିବେ।

କେଉଁ କାରଣରୁ ପି.ଏମ୍‍.ସି. ବ୍ୟାଙ୍କ୍‍ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲା, ତାହା ଜାଣିବାପାଇଁ ଅର୍ଥ ମନ୍ତ୍ରଣାଳୟ ଅଧ୍ୟୟନ କରୁଥିବା ଅର୍ଥମନ୍ତ୍ରୀ ଜଣାଇଛନ୍ତି। ଫଳରେ ଭବିଷ୍ୟତରେ ଏଭଳି ପରିସ୍ଥିତି ସୃଷ୍ଟି ହେବାକୁ ରୋକାଯାଇପାରିବ। ସେ କହିଛନ୍ତି, ଅର୍ଥ ମନ୍ତ୍ରଣାଳୟର ଏକ ଗୋଷ୍ଠୀ ଏହା ଉପରେ ଅଧ୍ୟୟନ କରୁଛନ୍ତି ଓ ସେମାନଙ୍କର ମତାମତକୁ ଭିତ୍ତିକରି ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ସଂସଦର ଶୀତକାଳୀନ ଅଧିବେଶନରେ ପଦକ୍ଷେପ ନିଆଯିବ।

Comments are closed.