www.samajalive.in
Monday, December 15, 2025
16.1 C
Bhubaneswar

ରାଜକ୍ଷମା ଆବେଦନ କଲା ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିସନ୍‌କୁ ଖାରଜ ହେବା ପରେ ରାଜକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଛି। ଅନ୍ୟପକ୍ଷରେ ଅନ୍ୟ ଜଣେ ଦୋଷୀ ଅକ୍ଷୟ ସିଂହ ମଧ୍ୟ ରାଜକ୍ଷମା ପାଇଁ ଶନିବାର ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିଥିଲା। ଯଦି ରାଷ୍ଟ୍ରପତି ସେମାନଙ୍କ ଆବେଦନକୁ ଖାରଜ କରି ଦିଅନ୍ତି ତେବେ ଆସନ୍ତାକାଲି ନିର୍ଭାୟା ଦୋଷୀ ଫାଶୀରେ ଝୁଲିବା ଏକ ପ୍ରକାର ନିଶ୍ଚିତ ହୋଇଯିବ।

ସୂଚନାଯୋଗ୍ୟ, ଫେବୃଆରୀ ୧୭ରେ ତଳ କୋର୍ଟରେ ଚାରି ଦୋଷୀଙ୍କ ଡେଥ୍ ୱାରେଣ୍ଟ ଜାରି ହୋଇଛି। ମାର୍ଚ୍ଚ ୩ ସକାଳ ୬ଟାରେ ସେମାନଙ୍କୁ ଫାଶୀ ଦିଆଯିବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଏହାକୁ ମିଶାଇ ୩ ଥର ଡେଥ୍ ୱାରେଣ୍ଟ ଜାରି ହୋଇଛି। ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ପବନ ଗୁପ୍ତା ସୁପ୍ରିମକୋର୍ଟ ଆବେଦନ କରିଥିଲା। ଏହା ସହ କ୍ୟୁରେଟିଭ୍‌ ପିଟିସନ ମଧ୍ୟ ଆବେଦନ କରିଥିଲା। ସୋମବାର ପୂବାହ୍ନରେ ସୁପ୍ରିମକୋର୍ଟ ନିର୍ଭୟା ଦୋଷୀ ପବନ ଗୁପ୍ତାର ଏହି ଆବେଦନକୁ ଖାରଜ କରି ଦେଇଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories