www.samajalive.in
Monday, December 8, 2025
24.1 C
Bhubaneswar

ଆମ୍ବୁଲାନ୍ସ ଭଡ଼ାକୁ କେନ୍ଦ୍ର କରି ନୀଳଗିରି ମେଡିକାଲ ରଣକ୍ଷେତ୍ର

ନୀଳଗିରି: ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ଉପଖଣ୍ଡ ମେଡିକାଲରେ ରବିବାର ସକାଳେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ମେଡିକାଲରେ ଆଡମିଶନ ହୋଇଥିବା ଜଣେ ରୋଗୀ ଡିସଚାର୍ଜ ହୋଇ ନିଜ ଘରକୁ ସ୍ଥାନାନ୍ତର ହେଉଥିଲେ। ସ୍ଥାନୀୟ କଟିଆ ନାୟକଙ୍କ ଆମ୍ବୁଲାନ୍ସ ଡ୍ରାଇଭର ନିନ ବେହେରା ରୋଗୀଙ୍କ ସମ୍ପର୍କୀୟଙ୍କୁ ୩ଶହ ଟଙ୍କା ଭଡ଼ା ନେବେ କହି ଆମ୍ବୁଲାନ୍ସ ଲଗାଇ ଥିଲେ। ଏତିକି ବେଳେ ଅନ୍ୟ ଏକ ଆମ୍ବୁଲାନ୍ସର ମାଲିକ ତଥା ଡ୍ରାଇଭର ନୀଳଗିରି ଟାଉନର ବାବୁ ଓରଫ ଉପେନ୍ଦ୍ର ମିଶ୍ର ପହଞ୍ଚି ୨ଶହ ଟଙ୍କା ଭଡ଼ା ନେବେ ବୋଲି କହିବାରୁ, ମେଡିକାଲ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା।

ଦୀର୍ଘ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ମାରପିଟ ଦେଖି ଲୋକେ ତଟସ୍ଥ ହୋଇ ପଡ଼ିଥିଲେ। ଏଥିରେ ଉଭୟ କ୍ଷତାକ୍ତ ହୋଇଛନ୍ତି। ଖବର ଲେଖା ହେବା ବେଳକୁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଦେଖା ଯାଇଛି। ତେବେ କିଛି ଦିନ ପୂର୍ବରୁ ଏକ ଫଳକରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନାମ ଉଲ୍ଲେଖ କରାଯାଇ ନଥିବାକୁ କେନ୍ଦ୍ର କରି ଏବେବି ମେଡିକାଲ ପରିସ୍ଥିତି ନିୟନ୍ତ୍ରଣ ହୋଇ ନଥିବା ବେଳେ, ପୁଣି ଆମ୍ବୁଲାନ୍ସ ଭଡ଼ାକୁ ନେଇ ରଣକ୍ଷେତ୍ର ପାଲଟିବା ଘଟଣା ଅଞ୍ଚଳରେ କ୍ଷୋଭ ସୃଷ୍ଟି କରିଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories