www.samajalive.in
Wednesday, December 10, 2025
26.1 C
Bhubaneswar

ଚୋର ଫେରାଇ ଦେଲା ମୂର୍ତ୍ତି!

ତମାଣ୍ଡୋ: ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମନ୍ଦିର ନିକଟରୁ ୨ଟି ପିତ୍ତଳ ମୂର୍ତ୍ତି ତମାଣ୍ଡୋ ଥାନା ପୁଲିସ ଜବତ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତମା​ଣ୍ଡୋ ପେଟ୍ରୋଲ ପମ୍ପ ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜକ ନଥିବା ବେଳେ ପ୍ରତିମା ମହାପାତ୍ର ନାମକ ଜନୈକା ମହିଳା ମନ୍ଦିର ପରିସରରେ ବସି ରହିଥିଲେ। ଅପରାହ୍ଣ ପ୍ରାୟ ୩ଟା ବେଳେ ଏକ ବୋଲେରୋରେ ୨/୩ ଜଣ ବ୍ୟକ୍ତି ଆସି ମନ୍ଦିର ନିକଟରେ ରହିଲେ। କିଛି ସମୟ ଏପଟସେପଟ ହେବାପରେ ଗାଡ଼ିରୁ ୨ଟି ମୂର୍ତ୍ତି ଆଣି ମନ୍ଦିର ସମ୍ମୁଖରେ ରଖି ଏହାକୁ ପୂଜାକର କହି ଚାଲିଗଲେ। ମୂର୍ତ୍ତି ଦୁଇଟିକୁ ଓଜନଦାର ଓ ଉଚ୍ଚା ଉଚ୍ଚା ହୋଇଥିବାରୁ କାଳେ ଏହା ଚୋରି ମୂର୍ତ୍ତି ହୋଇଥିବ ସନ୍ଦେହ କରି ପ୍ରତିମା ସଙ୍ଗେ ସଙ୍ଗେ ତମାଣ୍ଡୋ ଥାନାକୁ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ସେଠାରେ ପହଞ୍ଚି ଗୋଟିଏ ୩ ଫୁଟ ଉଚ୍ଚ ପ୍ରାୟ ୬ କି.ଗ୍ରା ଓଜନ ବିଶିଷ୍ଟ ପିତ୍ତଳର ଏକ ନାରାୟଣ ମୂର୍ତ୍ତି ଓ ୫ କି.ଗ୍ରା ଅଢ଼େଇ ଫୁଟ ଉଚ୍ଚତାର ଲକ୍ଷ୍ମୀ ମୂର୍ତ୍ତି ଏପରି ଦୁଇଟି ମୂର୍ତ୍ତି ଉଦ୍ଧାର କରି ଥାନାକୁ ଆଣିଥିଲା। ଏହାର କେହି ଦାବିଦାର ନ ଥିବାରୁ ପୁଲିସ ମୂର୍ତ୍ତି ଦୁଇଟିକୁ ଥାନାରେ ରଖିଛି। ଏହା ମୂର୍ତ୍ତି ଚୋରଙ୍କ କାମ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି। କୌଣସି ମନ୍ଦିର କିମ୍ବା ଅନ୍ୟ କୌଣସି ସ୍ଥାନରୁ ମୂର୍ତ୍ତି ଚୋରି କରିନେଇ ଚାଲାଣ କରୁଥିବାବେଳେ ଧରାପଡ଼ିଯିବା ଭୟରେ ଏଠାରେ ମୂର୍ତ୍ତି ଛାଡ଼ି ସେମାନେ ଫେରାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories