www.samajalive.in
Saturday, December 6, 2025
16.1 C
Bhubaneswar

ଗୁରୁଶ୍ରେଷ୍ଠ ପଣ୍ଡିତ ନୀଳକଣ୍ଠ ରଥଶର୍ମାଙ୍କ ପରଲୋକ

ବେଗୁନିଆ: ସୁନାମଧନ୍ୟ ସଂସ୍କୃତ ବିଦ୍ୱାନ ତଥା ରାଜ୍ୟ ସମ୍ମାନପ୍ରାପ୍ତ ପ୍ରବୀଣ ସଂସ୍କୃତ ଶିକ୍ଷକ ଗୁରୁଶ୍ରେଷ୍ଠ ନୀଳକଣ୍ଠ ରଥଶର୍ମାଙ୍କର ଶୁକ୍ରବାର ବେଗୁନିଆସ୍ଥିତ ବାସଭବନରେ ୯୬ ବର୍ଷ ବୟସରେ ପରଲୋକ ଘଟିଛି । ସଂସ୍କୃତ ସାହିତ୍ୟ ଓ ବ୍ୟାକରଣରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିବା ସ୍ବର୍ଗତ ରଥଶର୍ମା ବେଗୁନିଆରେ ୧୯୪୪ ମସିହାରେ ପ୍ରତିଷ୍ଠିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ନିରବଚ୍ଛିନ୍ନ ଭାବରେ ୩୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ପ୍ରାୟ ତିନି ପିଢ଼ିର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ। ଅଞ୍ଚଳରେ ପଣ୍ଡିତ ସାର ଭାବେ ପରିଚିତ ସ୍ବର୍ଗତ ରଥଶର୍ମା ବ୍ୟାକରଣ ଚନ୍ଦ୍ରିକା, ବ୍ୟାକରଣ ପ୍ରଦୀପ, ଭାଷାତ୍ରୈ, ହିନ୍ଦୁଧର୍ମ ରହସ୍ୟ ସହିତ ବହୁ ଭ୍ରମଣ କାହାଣୀ ଯଥା ଦକ୍ଷିଣ ଭାରତ ଭ୍ରମଣ କାହାଣୀ ଭାରତ ସ୍ୱର୍ଗ କାଶ୍ମୀର ଆଦି ପୁସ୍ତକ ରଚନା କରି ସାହିତ୍ୟ ସଂସ୍କୃତ ଦର୍ଶନ ଓ ସାରସ୍ୱତ କ୍ଷେତ୍ରରେ ଅମର ସ୍ବାକ୍ଷର ଲିପିବଦ୍ଧ କରିଯାଇଛନ୍ତି । ପେଷାରେ ସେ ଶିକ୍ଷକ ଥିଲେ ମଧ୍ୟ ନିଶା ଥିଲା ତାଙ୍କର ବିଭିନ୍ନ ସ୍ଥାନ ପରିଭ୍ରମଣ। କନ୍ୟାକୁମାରୀରୁ କାଶ୍ମୀର, ନେପାଳ, ଆଣ୍ଡାମାନ, ତିନି ସମୁଦ୍ର, ଚାରି ଧାମ, ଚାରି ଗୟା, ନଦିୟା ନବଦୀପ, ଗୋପ, ବୃନ୍ଦାବନ, ଆଗ୍ରା, ବୈଷ୍ଣୋଦେବୀ, ଲକ୍ଷ୍ନୌ, ମୁମ୍ବାଇ ଆଦି ବିଭିନ୍ନ ସ୍ଥାନ ଭ୍ରମଣ କରି ବିଶେଷ ଜ୍ଞାନ ଅର୍ଜନ କରିଥିଲେ । ରାଜ୍ୟ ଶିକ୍ଷକ ସମ୍ମାନ ସହ ସଂସ୍କୃତ ଏକାଡେମୀ ପୁରସ୍କାର ସଂସ୍କୃତ ବିଶ୍ୱ ବିଦ୍ୟାଳୟ ପୁରସ୍କାର, ଖୋର୍ଦ୍ଧା ମହୋତ୍ସବ, ବୋଲଗଡ଼ ମହୋତ୍ସବ ଏବଂ ମକର ମହୋତ୍ସବ ଆଦି ସମ୍ମାନ ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ଦେବବ୍ରତ ରଥ, ପ୍ରିୟବ୍ରତ ରଥ, ଝିଅ ସଂଘମିତ୍ରା ରଥ ଏବଂ ଶର୍ମିଷ୍ଠା ରଥଙ୍କ ସହିତ ଦୁଇ ବୋହୁ ଏବଂ ଜ୍ୱାଇଁ ଓ ନାତି ମାନେ ଉପସ୍ଥିତ ଥିଲେ । ଶିକ୍ଷାବିତ ଅନନ୍ତ ଚରଣ ପ୍ରହରାଜ, ଶିକ୍ଷାବିତ ଯୋଗେଶ୍ୱର ସୁନ୍ଦରାୟ, ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗିରଥି ପରିଡା, ସମାଜସେବୀ ଦୀନବନ୍ଧୁ ଦାଶ, ସୁଧାକର ସାମନ୍ତରାୟଙ୍କ ସହିତ ତାଙ୍କର ବହୁ ଛାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ ।ତାଙ୍କର ଶବାଧାରକୁ ସଂକୀର୍ତ୍ତନ ମଣ୍ଡଳୀ ସହିତ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ନୂଆସାହିସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଓ ତାଙ୍କର କର୍ମଭୂମି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବହୁ ଅପେକ୍ଷାରତ ନୀଳକଣ୍ଠ ପ୍ରେମୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ତାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଶେଷରେ ତାଙ୍କର ଜନ୍ମଭୂମି ଖୋର୍ଦ୍ଧା ଜିଲ୍ଲା ହଳଦିଆ ନିକଟସ୍ଥ ସାମନ୍ତରାପୁରରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମ୍ପର୍ଣ୍ଣ ହୋଇଥିଲା। ବଡ଼ପୁଅ ଦେବଦତ୍ତ ମୁଖାଗ୍ନି ଦେଇଥିଲେ ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories