www.samajalive.in
Saturday, December 6, 2025
19.1 C
Bhubaneswar

ଯୌତୁକ ପାଇଁ ସ୍ତ୍ରୀକୁ ପିଟିଲେ ବିଦ୍ୟୁତ୍ ବିଭାଗର କର୍ମଚାରୀ; ବୁଡ଼ିଗଲା ଚେତା !

ନୀଳଗିରି: ଯୌତୁକ ପାଇଁ ପିଟିପିଟି ସ୍ତ୍ରୀକୁ ଚେତାଶୂନ୍ୟ କରିଦେଲେ ସ୍ୱାମୀ । ଜଣେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ପାଇଁ ମାଡ଼ମାରି ଚେତାଶୂନ୍ୟ କରିଥିବା ଅଭିଯୋଗ ହୋଇଛି । ବିବାହର ପ୍ରାୟ ୧୫ବର୍ଷ ପରେ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଦାବି କରି ସ୍ବାମୀ ଜଣକ ସ୍ତ୍ରୀକୁ ନିସ୍ତୁକ ପିଟିପିଟି ଚେତାଶୂନ୍ୟ କରିଥିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ ନୀଳଗିରି ଥାନା ଅଧୀନ ବାଉଁଶବଣିଆ ଗାଁର ସୁମତି ସଙ୍କୁ ଶିଳ୍ପାଞ୍ଚଳ ଥାନା ଅଧୀନ ଶ୍ରୀକୃଷ୍ଣପୁର ଗାଁର ଗୁରା ବେହେରା ବିବାହ କରିଥିଲେ । ବିବାହ ସମୟରେ କନ୍ୟା ପକ୍ଷ ତରଫରୁ ଦାବି ମୁତାବକ ଯୌତୁକ ଦିଆଯାଇଥିଲେ ହେଁ କିଛିଦିନ ହେବ ସ୍ୱାମୀ ଓ ଶାଶୁଘର ଲୋକେ ଅଧିକ ୨ଲକ୍ଷ ଟଙ୍କା ଦାବି କରିଥିଲେ । ସମ୍ପ୍ରତି ସ୍ୱାମୀ ଜଣକ ଲାଇନ ମ୍ୟାନଭାବେ ସେରଗଡ଼ ସେକ୍ସନ ଅଧୀନ ବରୁଣସିଂ ଅଞ୍ଚଳରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ଏହି ଯୌତୁକ କଥାକୁ କେନ୍ଦ୍ରକରି ପରିବାରରେ ବଚସା ଆରମ୍ଭ ହୋଇଥିଲା । ଉତକ୍ଷିପ୍ତ ହୋଇ ସ୍ୱାମୀ ଗୁରା ବେହେରା, ଶାଶୁ କମଳିନୀ, ଦିଅର ଆଶିଷ, ଯା’ ସୁଜାତା, ନଣନ୍ଦ ଖୁଲଣା ଦାସ, ନୟନା ବିଶୋୟୀ, ନଣଦେଇ ଉମାକାନ୍ତ ଦାସ, ସନାତନ ବିଶୋଇ ପ୍ରମୁଖ ସଂଘବଦ୍ଧ ଭାବେ ସୁମତିଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି । ଏପରିକି ମାରି ଦେବା ଉଦେଶ୍ୟରେ ଏକ ରୁଦ୍ଧ କୋଠରିରେ ପୁରାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଖବରପାଇ ପୀଡ଼ିତାଙ୍କ ଭାଇ ଲୋକନାଥ ସ ଓ ଅନ୍ୟ ସମ୍ପର୍କୀୟ ସେଠାରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସମ୍ପ୍ରତି ମହିଳା ଜଣକ ସଙ୍କଟ୍ଟାପନ୍ନ ଅବସ୍ଥାରେ ରହିଛନ୍ତି । ଏନେଇ ନୀଳଗିରି ଥାନାରେ ଏକ ଏତଲା ଦାଏର କରାଯାଇଛି ।

- Advertisement -

 

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories