www.samajalive.in
Sunday, December 7, 2025
15.1 C
Bhubaneswar

ରୋପୱେ ଟ୍ରଲି ପରସ୍ପର ଧକ୍କା: ଜଣେ ମୃତ, ୨୦ ଘଣ୍ଟା ଧରି ପାହାଡ଼ରେ ଫସି ରହିଛନ୍ତି ଲୋକେ

ରାଞ୍ଚି: ଝାଡ଼ଖଣ୍ଡର ଦେଓଘର ଜିଲାରେ ରବିବାର ସନ୍ଧ୍ୟାରେ ଘଟିଛି ଏକ ବଡ଼ ଅଘଟଣ। ଏଠାରେ ସର୍ବୋଚ୍ଚ ତ୍ରିକୁଟ ରୋପୱେର ଟ୍ରଲି ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ଗତ ୨୦ ଘଣ୍ଟା ଧରି ୪୮ ଜଣ ଲୋକ ପାହାଡ଼ରେ ଫସି ରହିଛନ୍ତି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଥିବା ଜଣାପଡ଼ିଛି। ଏନଡିଆରଏଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଲୋକଙ୍କ ସହାୟତା ପାଇଁ ସେନା ମଧ୍ୟ ନିୟୋଜିତ ହୋଇଛି। ସୂଚନା ମୁତାବକ, ପାହାଡ଼ରେ ଏଯାଏଁ ମଧ୍ୟ ଲୋକେ ଫସି ରହିଛନ୍ତି ଏବଂ ଡ୍ରୋନ ସାହାଯ୍ୟରେ ସେମାନଙ୍କ ନିକଟକୁ ଖାଦ୍ୟ ଓ ପାଣି ପଠାଯାଉଛି।

ସୂଚନା ଅନୁସାରେ, ପୂଜାପାଠ ଓ ବୁଲିବା ଉଦ୍ଦେଶ୍ୟରେ ରବିବାର ଶହ ଶହ ପର୍ଯ୍ୟଟକ ଏଠାକୁ ଆସିଥିଲେ। ରୋପୱେର ଏକ ଟ୍ରଲି ତଳକୁ ଆସୁଥିଲା। ଏହି ସମୟରେ ଉପର ଆଡ଼କୁ ଯାଉଥିବା ଏକ ଟ୍ରଲି ତା’ ସହ ଧକ୍କା ହୋଇଥିଲା। ଦୁର୍ଘଟଣା ସମୟରେ ପ୍ରାୟ ୨୪ଟି ଟ୍ରଲି ଉପରେ ହିଁ ଥିଲା। କୁହାଯାଉଛି ଯେ, ପ୍ରାୟ ୧୮ଟି ଟ୍ରଲି ଉପରେ ଅଟକି ରହିଛି, ଯେଉଁଥିରେ ୪୮ ଜଣ ଲୋକ ଅଛନ୍ତିି। ଏଥିରେ ଶିଶୁ ଓ ମହିଳା ମଧ୍ୟ ଅଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories