www.samajalive.in
Saturday, December 13, 2025
21.1 C
Bhubaneswar

ଆଖି ବୁଜିଲେ କର୍କଟ ପୀଡ଼ିତା ଛାତ୍ରୀ

ନୀଳଗିରି: ଦୀର୍ଘ ୪/୫ ବର୍ଷ ଧରି ଜୀବନ ସହ ସଂଗ୍ରାମ କରି ଶେଷରେ ଜଣେ କର୍କଟ ପୀଡ଼ିତା ମହାବିଦ୍ୟାଳୟ ଛାତ୍ରୀ ଜଣକ ଆଖି ବୁଜିବା ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ନୀଳଗିରି ବ୍ଲକ ଅଧୀନ ସିଙ୍ଗିରି ଗାଁର ତଥା ମିତ୍ରପୁର-କାଠପାଳ ରାସ୍ତାରେ ଥିବା ସିଂହାସନୀ ପୋଖରୀ ନିକଟରେ ଘର କରି ରହିଥିବା ବୀରେନ୍ଦ୍ର କର ଓ ଅନ୍ନପୂର୍ଣ୍ଣା କରଙ୍କ କନ୍ୟା ସ୍ଥାନୀୟ ଅଯୋଧ୍ୟା ମହାବିଦ୍ୟାଳୟରେ ପାଠ ପଢ଼ୁଥିବା ସମୟରେ ପେଟ ଯନ୍ତ୍ରଣାର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇବା ପରେ ସେ କର୍କଟରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଗର୍ଭାଶୟରେ ମାସିଂପିଣ୍ଡୁଳା ବାହାରି ତାହା କର୍କଟ ଆଡକୁ ଗତି କରିଥିଲା।

ଡାକ୍ତରଖାନାରୁ ଫେରି ଘରେ ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି। ଏହି ଖବରପାଇ ଛାତ୍ରୀଙ୍କୁ ଚିକିତ୍ସାରେ ଆର୍ଥିକ ସହାୟତା ଯୋଗାଇଥିବା ନୀଳଗିରି ଅଞ୍ଚଳର ବିଜେଡି ନେତା ଶିଶିର ରାଉତ, ତାଙ୍କ ଧର୍ମପତ୍ନୀ ଶାନ୍ତିଲତା ରାଉତ, ଯୁବନେତା ସବ୍ୟସାଚୀ ମହାପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ, ‘ସମାଜ’ରେ ଏଭଳି ସମ୍ବେଦନଶୀଳ ଖବର ପଢ଼ି ଛାତ୍ରୀଙ୍କ ଅଧିକ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ଯୋଗାଇବାକୁ ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦେଶରେ ବିଭାଗୀୟ ଅଧିକାରୀ ସୋମବାର ତାଙ୍କ ପିତାଙ୍କୁ ଫୋନ କରିଥିଲେ। ମଙ୍ଗଳବାର ସକାଳେ କାଗଜପତ୍ର ନେଇ ଯିବାକୁ ପରିବାର ଲୋକେ ଉଦ୍ୟମ କରୁଥିଲେ ହେଁ ସମ୍ପୃକ୍ତା ଛାତ୍ରୀଙ୍ଗ ଜୀବନ ଚାଲିଯିବା ଘଟଣା ଅଞ୍ଚଳବାସୀ ତଥା ପରିବାରବର୍ଗକୁ ବହୁ ବ୍ୟଥିତ କରିଛି।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories