www.samajalive.in
Friday, December 12, 2025
14.1 C
Bhubaneswar

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନବୀନଙ୍କ କୁଶପୁତ୍ତଳିକା ଦାହ

ନୀଳଗିରି: ଓଡ଼ିଶା ଷ୍ଟାପ ସିଲେକ୍ସନ କମିଶନ ନିଯୁକ୍ତିରେ ବ୍ୟାପକ ଅନିୟମିତତା ତଥା ଦୁର୍ନୀତି ହୋଇଥିବା ଅଭିଯୋଗ କରି ସ୍ଥାନୀୟ ବିଜେପି ଯୁବମୋର୍ଚ୍ଚା ତରଫରୁ ନୀଳଗିରି କଚେରୀ ବଜାର ନିକଟ ଦୁର୍ଗାମଣ୍ଡପ ପ୍ରାଙ୍ଗଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। କିଛିଦିନ ପୂର୍ବରୁ ଷ୍ଟାଫ ସିଲେକ୍ସନ ନିଯୁକ୍ତିକୁ ନେଇ କର୍ମଚାରୀ ବିରଞ୍ଚି ସାହୁଙ୍କୁ ଭିଜିଲାନ୍ସ ଚଢ଼ଉ କରି କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ। ମେଧା ପରିବର୍ତ୍ତେ ଟଙ୍କା ନେଇ ଏଭଳି ବେଆଇନ ନିଯୁକ୍ତିକୁ ନେଇ ସାରା ରାଜ୍ୟରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା।

ଏନେଇ ବୁଧବାର ସନ୍ଧ୍ୟାରେ ନୀଳଗିରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ନଗର ସଭାପତି ରାକେଶ ମହଲଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭାଯାତ୍ରା ଅନୁଷ୍ଠିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପରେ ନବୀନଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ପୂର୍ବତନ ଜିଲା ଯୁବମୋର୍ଚ୍ଚା ସଭାପତି ସମର ଶଙ୍କର କାନୁନଗୋ, ଜିଲା ଉପସଭାପତି ସୂର୍ଯ୍ୟକାନ୍ତ ବିଶ୍ୱାଳ, ଜିଲା ସମ୍ପାଦକ ଦେବାଶିଷ ଆଚାର୍ଯ୍ୟ, ଚନ୍ଦ୍ରଶେଖର ପଣ୍ଡା, ରାଜା ରାଉତ ପ୍ରମୁଖ ସାମିଲ ଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories