www.samajalive.in
Saturday, December 6, 2025
17.1 C
Bhubaneswar

୨ ଯୁବକଙ୍କୁ ହତ୍ୟାପରେ ନୀଳହ୍ରଦରେ ଫିଙ୍ଗିଲେ ,ମୃତଦେହ ଉଦ୍ଧାର ; ୬ ଅଟକ

ନୀଳଗିରି: ନୀଳହ୍ରଦରୁ ଶୁକ୍ରବାର ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ। ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କାଂଶ ଗାଁର ଭବାନୀ ଶଙ୍କର ରାଉତ(୨୧) ଓ ମନୋରଞ୍ଜନ ମହାପାତ୍ର (୨୨) ଗତ ୫ ତାରିଖରୁ ନିଖୋଜ ହୋଇ ଯାଇଥିଲେ। ମିତ୍ରପୁର ବ୍ଲୁ-ଲେକ୍‍ ବା ନୀଳହ୍ରଦରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ଖବରପାଇ ନୀଳଗିରି ଏସଡିପିଓ ସରୋଜ ଉପାଧ୍ୟାୟ, ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣଙ୍କ ସମେତ ନୀଳଗିରି ଅଗ୍ନିଶମ ବିଭାଗ, ବାଲେଶ୍ୱରରୁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଅଗ୍ନିଶମ କର୍ମଚାରୀମାନେ ଗଭୀର ଜଳରାଶିରେ ସେମାନଙ୍କୁ ଖୋଜି ଉଦ୍ଧାର କରିଛନ୍ତି । ଏମାନଙ୍କୁ ହତ୍ୟା କରି ଗଭୀର ଜଳ ମଧ୍ୟକୁ ଫିଙ୍ଗି ଦିଆଯାଇଥିଲା । ଏ ନେଇ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଯୋଜନାବଦ୍ଧ ଭାବେ ଅନର କିଲିଂ ହୋଇଥିବା ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । ପୁଲିସ ଏହି ହତ୍ୟାକାଣ୍ଡର ସମସ୍ତ ବିବରଣୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେବ ବୋଲି କହିଛି। ତେବେ ଏହି ଅନର କିଲିଂରେ ଭାଇ ଭାଉଜଙ୍କ ସମେତ ୫ ଜଣ ସୁପାରୀ କିଲରଙ୍କ ସମ୍ପୃକ୍ତି ରହିଥିବା ନେଇ ସୂଚନା ମିଳିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories