www.samajalive.in
Saturday, December 6, 2025
14.1 C
Bhubaneswar

ବକ୍ତୃତାରେ ଛାତ୍ର ସୂର୍ଯ୍ୟଜ୍ୟୋତି ଜିଲାରେ ପ୍ରଥମ 

ନୀଳଗିରି: ଭାରତରତ୍ନ ବାବାସାହେବ ଡ. ବି.ଆର ଆମ୍ବେଦକର ଜୟନ୍ତୀ ସମାରୋହ ଉପଲକ୍ଷେ ରାଜ୍ୟ ସରକାରଙ୍କ ତରଫରୁ ବାଲେଶ୍ୱର ଜିଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ନୀଳଗିରି ବ୍ଲକ ଜାମୁଡ଼ିହାସ୍ଥିତ ଆଦର୍ଶ ବିଦ୍ୟାଳୟର ଅଷ୍ଟମଶ୍ରେଣୀ ଛାତ୍ର ତଥା ସୋର ବ୍ଲକ ମାଣିପୁର ପଞ୍ଚାୟତ ଅଧୀନ ରଣପୁର ଗାଁର ସୁରେନ୍ଦ୍ର ବେହେରା ଓ ଜ୍ୟୋତିଲକ୍ଷ୍ମୀ ବେହେରାଙ୍କ ପୁତ୍ର ସୂର୍ଯ୍ୟଜ୍ୟୋତି ବେହେରା ଜିଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ହୋଇଛନ୍ତି । ଭାରତର ସମ୍ବିଧାନ ପ୍ରଣୟନରେ ଡ. ଭୀମରାଓ ଆମ୍ବେଦକରଙ୍କ ଅବଦାନ ଉପରେ ଆୟୋଜିତ ଏହି ପ୍ରତିଯୋଗିତାରେ ସମ୍ପୃକ୍ତ ଛାତ୍ର ପ୍ରଥମେ ମଣ୍ଡଳସ୍ତରରେ ପ୍ରଥମ ହୋଇ ଜିଲାକୁ ମନୋନୀତ ହୋଇଥିଲେ ଏବଂ ଜିଲାରେ ମଧ୍ୟ ସେ ପ୍ରଥମ ହୋଇଥିବା ଯୋଗୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ଅବସରରେ ଜିଲା ସଦଭାବନା ଗୃହରେ ଆୟୋଜିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ଦାସ ପ୍ରମୁଖ ଯୋଗଦେଇ ସମ୍ପୃକ୍ତ ଛାତ୍ରଙ୍କୁ ପୁରସ୍କୃତ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories