www.samajalive.in
Saturday, December 6, 2025
23.1 C
Bhubaneswar

ବଦଳିଲା ଉତ୍କଳମଣି ଗୋପବନ୍ଧୁଙ୍କ ଚାଟଶାଳିର ରୂପରେଖ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର ସର୍ବପୁରାତନ ଶିକ୍ଷାନୁଷ୍ଠାନ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଚାଟଶାଳି କୁହାଯାଉଥିବା କୈଳାସ ଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟର ରୂପରେଖ ବଦଳି ଯାଇଛି। ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଉକ୍ତ ବିଦ୍ୟାଳୟକୁ ଅନ୍ତର୍ଭୁକ୍ତ କରାଯାଇ ଉନ୍ନତିକରଣ କରାଯାଇଛି। ଏହି ଅବସରରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉକ୍ତ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ବିଦ୍ୟାଳୟକୁ ୫-ଟିରେ ରୂପାନ୍ତରିକରଣ କରାଯାଇ ଫାଟକ, ତୋରଣ, ସ୍ମାର୍ଟ ଶ୍ରେଣୀକକ୍ଷ, ଇ-ପାଠାଗାର, ଦୁଇଟି ଇ-ବିଜ୍ଞାନାଗାର, ୩ଟି ସ୍ୱଛ ପାନୀୟ ବ୍ୟବସ୍ଥା, ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ, ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥା ପ୍ରଭୃତିରେ କରାଯାଇଛି। ଏନେଇ ରାଜ୍ୟ ସରକାର ୪୫ଲକ୍ଷ ଟଙ୍କା ଅନୁଦାନ ଦେଇଥିବାବେଳେ ସ୍ଥାନୀୟ ପୁରାତନ ଛାତ୍ରସଂସଦ ପକ୍ଷରୁ ମଧ୍ୟ ପ୍ରାଥମିକ ପର୍ଯ୍ୟାୟରେ ୧୨ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି।
ବାଲେଶ୍ୱର ଜିଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଉକ୍ତ ବିଦ୍ୟାଳୟକୁ ମଡ଼େଲ କରିବା ଉଦେଶ୍ୟରେ ବାରମ୍ବାର ଗସ୍ତକରି କାର୍ଯ୍ୟକୁ ଆଗେଇ ନେଇଛନ୍ତି। ବାଲେଶ୍ୱରଠାରେ ଲୋକର୍ପଣ ଉତ୍ସବରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଭୀମସେନ ବିଶ୍ୱାଳ, ଛାତ୍ରସଂସଦ ସଭାପତି ସୁରଞ୍ଜନ ବିଶ୍ୱାଳ, ସମ୍ପାଦକ ସୁଶାନ୍ତ ମହାପାତ୍ର, ପୁରାତନ ଛାତ୍ର ମହେନ୍ଦ୍ରନାଥ ବେହେରା, ଶିକ୍ଷକ ଅନନ୍ତ ରଣା, ଦଶମଶ୍ରେଣୀ ଛାତ୍ର ମନୋରଞ୍ଜନ ସାହୁ, ଛାତ୍ରୀ ସାଗରିକା ପରିଡ଼ା, ନବମଶ୍ରେଣୀ ଛାତ୍ର ଜଗତଜିତ ନାୟକ, ଛାତ୍ରୀ ସାଇକସ୍ତୁରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଆଭାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି ଏକ ସମୟରେ ନୀଳଗିରିସ୍ଥିତ ଉକ୍ତ ବିଦ୍ୟାଳୟରେ ପ୍ରୋଜେକ୍ଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ପୁରାତନ ଛାତ୍ରସଂସଦର ସଦସ୍ୟମାନେ ଦେଖିଥିଲେ। ଏହି ଅବସରରେ ଉକ୍ତ ବିଦ୍ୟାଳୟକୁ ‘ସମାଜ’ଲୋକସେବକ ମଣ୍ଡଳ ତରଫରୁ ଦିଆଯାଇଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁରାତନ ଛାତ୍ର ମାୟାଧର ମହାନ୍ତି ପୁଷ୍ପ ମାଲ୍ୟାର୍ପଣ କରିଥିଲେ। ସେହିପରି ବିଦ୍ୟାଳୟ ସମ୍ମୁଖ ପୁଷ୍ପବଗିଚାରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇଥିଲା।
ସୂଚନା ଯେ, ୧୯୦୬ମସିହାରେ କୈଳାସ ଚନ୍ଦ୍ର ମାଧ୍ୟମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ସେତେବେଳେ ଏହି ବିଦ୍ୟାଳୟ ବା ଚାଟଶାଳିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଥମ ପ୍ରଧାନଶିକ୍ଷକଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ନୀଳଗିରି ମାଟିରେ ଶିକ୍ଷାର ଆଲୋକ ଶିଖା ଜଳାଇ ଅଞ୍ଚଳକୁ ଶିକ୍ଷିତ କରିବାରେ ପଣ୍ଡିତେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories