www.samajalive.in
Saturday, December 6, 2025
26.1 C
Bhubaneswar

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ କୋଭାକ୍ସିନ ୭୭.୮% ଫଳପ୍ରଦ

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭିଡ ପ୍ରତିଷେଧକ ଟିକା କୋଭାକ୍ସିନ ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୭୭.୮% ଫଳପ୍ରଦ ବୋଲି ଜଣାଯାଇଛି । ଚିକିତ୍ସା ପତ୍ରିକା ଲାନସେଟରେ ସଦ୍ୟ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଲକ୍ଷଣଯୁକ୍ତ କରୋନା ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮% ଫଳପ୍ରଦ ହେଉଛି । ସୂଚନାଯୋଗ୍ୟ ଯେ କୋଭାକ୍ସିନ ଏକମାତ୍ର କୋଭିଡ-୧୯ ଟିକା ଭାବରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରେ ଡେଲଟା ପ୍ରକରଣ କ୍ଷେତ୍ରରେ ୬୫.୨% ପ୍ରଭାବୀ ହୋଇପାରିଛି । ତାହାସହିତ ମାତ୍ରାଧିକ ଲକ୍ଷଣଯୁକ୍ତ କୋଭିଡ-୧୯ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୯୩.୪% ଫଳପ୍ରଦ ହୋଇଥିବା ପରିଲକ୍ଷିତ ହୋଇଛି । ପରୀକ୍ଷଣରୁ ଜଣାଯାଇଛି ଯେ ଲକ୍ଷଣବିହୀନ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଏହା ୬୩.୬% ପ୍ରଭାବୀ ସାବ୍ୟସ୍ତ ହୋଇଥିବାବେଳେ ସାର୍ସ-ସିଓଭି-୨, ବି.୧.୬୧୭.୨ ପ୍ରକରଣ କ୍ଷେତ୍ରରେ ୬୫.୨% ଏବଂ ସାର୍ସ-ସିଓଭି-୨ର ସମସ୍ତ ପ୍ରକାର ପ୍ରକରଣ କ୍ଷ୍ରେତରେ ୭୦.୮% ପ୍ରଭାବୀ ହୋଇଛି । ସୂଚନାଯୋଗ୍ୟ ଯେ ଦୀର୍ଘ ମାସର କଳ୍ପନା ଜଳ୍ପନା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶେଷରେ ଚଳିତ ମାସରେ କୋଭାକ୍ସିନ ଟିକାକୁ ସ୍ୱୀକୃତି ପ୍ରଦାନ କରିଛି ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories